ପିଏମ ଇଣ୍ଟର ନ୍ୟାସନାଲ ଫିଟଲାଇନ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା

ବନ୍ତ,(ଚାନ୍ଦିନୀ ମହାନ୍ତି ): ପିଏମ ଇଣ୍ଟର ନ୍ୟାସନାଲ ଜର୍ମାନୀ ଫିଟଲାଇନ ଭଦ୍ରକ ଜିଲା ଆଗରପଡା ଶାଖା ଜଗନ୍ନାଥ ଫିଟଲାଇନ ପକ୍ଷରୁ ସଚେତନତା କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି। ଶାଖାର କତୃପକ୍ଷ ଜଗନ୍ନାଥ ଜେନା ଓ ସାବିତ୍ରୀ ସାହୁଙ୍କ ତତ୍ୱାବଧାନରେ ସ୍ଥାନୀୟ ହେମପଦ୍ମ ଗାଲାକ୍ସି ଠାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକର୍ମରେ କମ୍ପାନୀର ଉପସଭାପତି ସୌମ୍ୟରଞ୍ଜନ ରାଉତ ଯୋଗ ଦେଇ ଜର୍ମାନୀରେ ପ୍ରସ୍ତୁତ ଆୟୁର୍ବେଦିକ ଖାଦ୍ୟ ପୋଷକ ଦ୍ୱାରା ଖାଦ୍ୟର ପୋଷାକ ତତ୍ତ୍ୱ ଅଭାବ ଯୋଗୁ ଶରୀରରେ ଏବେ ଦେଖା ଯାଉଥିବା ବିଭିନ୍ନ ରୋଗର ନିରାକରଣ ହୋଇପାରିବ ବୋଲି କହିଥିଲେ ।ସକାଳରୁ ରାତ୍ର ପର୍ଯ୍ୟନ୍ତ ଶରୀରକୁ ଆବଶ୍ୟକ ଅନୁଯାୟୀ ପୃଷ୍ଟି ପ୍ରଦାନ ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ପରୀକ୍ଷାମୂଳକ ଭାବେ ଏହାକୁ ଆବିଷ୍କାର କରି ସଫଳ ହୋଇଛନ୍ତି।ଏନଟିସି ପଦ୍ଧତିରେ ତିଆରି କରାଯାଇଥିବା ପୋଷକ ତତ୍ତ୍ୱ ସେବନ ଦ୍ୱାରା ଆପଣଙ୍କ ଶରୀରରେ ଜନ୍ମ ନେଉଥିବା ରୋଗକୁ ସଠିକ ସମୟରେ ସଠିକ ଜାଗାରେ ଶରୀରକୁ ସୁସ୍ଥ ଓ ନିରୋଗମୟ ରଖିବାରେ ସହାୟକ ହେଉଛି।ଏହାକୁ ପରୀକ୍ଷାମୂଳକ ଭାବେ ସେବନ କରି ପେଟ ସମସ୍ୟା ,ଆଣ୍ଠୁଗଣ୍ଠି,ଷ୍ଟୋନ,କିଡ଼ନୀ,ଲିଭର,ହାର୍ଟ, ସାଙ୍ଗକୁ ବିଭିନ୍ନ ରୋଗକୁ ଉପସମ ପାଇଁ ପାରିବେ ବୋଲି କହିଥିଲେ।ଏଥିରେ ଶିଶିର କୁମାର ରାଉତ,ସୁବ୍ରତ କୁମାର ସାହୁ ଉପସ୍ଥିତ ଥିବା ବେଳେ ସମାଜସେବୀକା ମମତା  ମହାନ୍ତି, ଜୟଶ୍ରୀ ବିଶ୍ୱାଳ, ସନ୍ଧ୍ୟାରାଣୀ ସିଂହ ଏବଂ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ ନିଜ ନିଜର ଅନୁଭୂତି ବାଣ୍ଟିଥିଲେ।କାର୍ଯ୍ୟକର୍ମରେ ଶତାଧିକ ଲୋକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ