ସ୍ୱାସ୍ଥ୍ୟ ସେବା ଶିବିର

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ସାଇ ଭରଦ୍ୱାଜ୍ ହସ୍ପିଟାଲ୍ ଆୟୋଜନରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଭଦ୍ରକ ଜିଲା ବନ୍ତ ବ୍ଲକ ଅଢାଳପଙ୍କସ୍ଥିତ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଆଲୁମିନି କମିଟି ଓ ବନ୍ତ ବରିଷ୍ଠ ନାଗରିକ ମଞ୍ଚ ସହଭାଗିତାରେ ଅନୁଷ୍ଠିତ ଶିବିରରେ ୪୮୬ ଜଣ ଅଞ୍ଚଳବାସୀଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ପ୍ରାରମ୍ଭରେ ବିଦ୍ୟାଳୟ ପରିସରରେ ଥିବା ବିଘ୍ନରାଜ ଶ୍ରୀ ଗଣେଶ, ପ୍ରତିଷ୍ଠାତା କୃପାସିନ୍ଧୁ ପଣ୍ଡା ଏବଂ ଉପେନ୍ଦ୍ରନାଥ ପଣ୍ଡାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଡାକ୍ତର ତ୍ରିନାଥ ପଣ୍ଡା ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବନ୍ତ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ସୁସାହିତ୍ୟିକ ଭାସ୍କର ଚନ୍ଦ୍ର ପାଢୀ, ସହସମ୍ପାଦକ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଲେଙ୍କା, ଉପଦେଷ୍ଟା ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ.ଶୁଭେନ୍ଦ୍ର କୁମାର ମିଶ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବିନାରାୟଣ ମହାପାତ୍ର, ହୃଷିକେଶ ମିଶ୍ର, ନକୁଳ ଚରଣ ବାରିକ୍‌, ପ୍ରକାଶ ସାହୁ, ଶ୍ୟାମ ସୁନ୍ଦର ଜେନା, କମଳାକାନ୍ତ ଦାସ, ଲାଲମୋହନ ପୁହାଣ, ମନ୍ମଥ ଜେନା, ନରହରି ଧଳ, କେଦାରନାଥ ମହାନ୍ତି, ପ୍ରଫୁଲ୍ଲ କର, ସ୍ତମ୍ଭକାର ସୁବୋଧ କୁମାର ସାହୁ, ନିରଞ୍ଜନ ପଣ୍ଡା, ଶିକ୍ଷକ ଗୟାଧର ଦାସ, ରମାକାନ୍ତ ଜେନା, ଆଲୁମିନି କମିଟି ସଭାପତି ବିକ୍ରମାଦିତ୍ୟ ତ୍ରିପାଠୀ, ସମ୍ପାଦକ କମଳାକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ସାଇ ଭରଦ୍ୱାଜ୍ ହସ୍ପିଟାଲର ସେବା ମୂଳକ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ଗ୍ରାମାଚଂଳରେ ଥିବା ଲୋକଙ୍କ ପାଖରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ପ୍ରମୁଖ ମାଧ୍ୟମ ସାଜିଛି ବୋଲି କହିଥିଲେ । ଏହି ଅବସରରେ ସ୍ତ୍ରୀ ରୋଗ, କର୍ଣ୍ଣ ନାଶା ଗଳା, ଦନ୍ତ, ଭେଷଜ ଓ ଶିଶୁ ରୋଗ ବିଭାଗର ଡାକ୍ତର ତ୍ରିନାଥ ପଣ୍ଡା, ଡାକ୍ତର ବୈଦ୍ୟନାଥ ଓଝା, ଡାକ୍ତର ସସ୍ମିତା ମଲ୍ଲିକ, ଡାକ୍ତର ବଳରାମ ପ୍ରଧାନ, ଡାକ୍ତର ଅପର୍ଣ୍ଣା ଓଝା ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ । ପଞ୍ଜିକରଣରେ ଶିକ୍ଷକ ସୁଧିର ବାରିକ୍‌, ନୃସିଂହ ଚରଣ ଆଇଚ, ସନ୍ତୋଷ କୁମାର ଜେନା, ପଦ୍ମନାଭ ସେଠୀ, ପ୍ରଶାନ୍ତ ଜେନା ଦାୟିତ୍ୱ ନିର୍ବର୍ାହ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତବାସ ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ମେଗା ସ୍ୱାସ୍ଥ୍ୟ ସେବା ଶିବିରକୁ ଶିକ୍ଷୟିତ୍ରୀ ବନଲତା ଦାସ, ପ୍ରାଚୀପ୍ରଭା ନାୟକ, ବିଣାପାଣୀ ବେହେରା, ଆଲୋକ ରଞ୍ଜନ ମୁଖାର୍ଜର୍ିଙ୍କ ସମେତ ଆଲୋକ ପଣ୍ଡା, ଶ୍ରୀକ୍ରିଷ୍ଣା ରାଉତ, ବିଶ୍ୱଜିତ ମୁଖୀ, ସିଦ୍ଧେଶ୍ୱର ପଣ୍ଡା, ଅବିନାଶ ଦାସ, ପ୍ରଫୁଲ୍ଲ ରାଉତ, ତପନ କୁମାର ସାହୁ, ସୁନନ୍ଦା ବିନ୍ଧାଣୀ, ରମାକାନ୍ତ ସାହୁ, ଚନ୍ଦ୍ରଗୁପ୍ତ ରାଉତ, ଆୟୁଷ୍ କୁମାର ରାଉତ, ସୁଦିକ୍ଷା ଖିଲାର, ପ୍ରଶାନ୍ତ ଜେନା, ପ୍ରଭୁ କଲ୍ୟାଣ ପଣ୍ଡା, ଜ୍ୟୋସ୍ନାରାଣୀ ପଣ୍ଡା, ଅବିନାଶ ଦାସ, ମହିମା ଜେନା, ସ୍ମୃତିମୟୀ ରାଉତ, ବର୍ଷାରାଣୀ ପ୍ରଧାନ, ଶୁଭେନ୍ଦୁ ଜେନା, ସୁଧାକର ବଳ, କମଳାକାନ୍ତ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ