ଆସନ୍ତା ମଙ୍ଗଳବାର ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣି
କଟକ, (ଓ୍ବାଇଏନଏସ): ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ସରକାରୀ ଛୁଟି ଥିବାରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ମଙ୍ଗଳବାର ୨୭ ତାରିଖ ଅନୁଷ୍ଠିତ ହେବ । ଆସନ୍ତା ୨୭ ତାରିଖ ମଙ୍ଗଳବାର ନରସିଂହପୁର ବ୍ଲକ୍ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବହୁ ସଂଖ୍ୟାରେ ଜନସାଧାରଣ ଏଥିରେ ଭାଗ ନେବାକୁ ଅନୁରୋଧ କରାଯାଉଛି ।


