ପ୍ରବଳ ବର୍ଷାରେ ମାଟି ଅତଡା ଖସି ୬ ଖଣ୍ଡ ଗାଁକୁ ଯାତାୟାତ ଠପ୍

ମୋହନା, (ଅଂଶୁମାନ ପଣ୍ଡା): ପ୍ରବଳ ବର୍ଷାରେ ମାଟି ଅତଡା ଖସି ୬ ଖଣ୍ଡ ଗାଁକୁ ଯାତାୟାତ ବାଧାପ୍ରାପ୍ତ ଠପ୍ ହୋଇଛି । ଏହି ଭଳି ଘଟଣା ଦେଖି ବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ କଟାମା, ପାଣିଗଣ୍ଡା ଓ ଗରଡମା ଅଞ୍ଚଳରେ ଅପରାହ୍ନ ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ପ୍ରବଳ ବର୍ଷା ଫଳରେ କଟାମା ପଞ୍ଚାୟତ ନିକଟସ୍ଥ ପାଜିଗୁଡ଼ି ଘାଟି ରାସ୍ତାରେ ପାହାଡ଼ରୁ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି । ଫଳରେ କଟାମା ଠାରୁ ପାଜିଗୁଡି, ଜାଡ଼ିଙ୍ଗି, ଗୋଠା, ଟାଙ୍ଗିଲି, ରଙ୍ଗାଗୁଡି ଓ ତୁଆବାଡି ଆଦି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଉଛି l ତୁରନ୍ତ ରାସ୍ତାରୁ ମାଟି ଅତଡା ହଟାଇ ରାସ୍ତାରେ ଯାତାୟାତ ସ୍ଵାଭାବିକ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ