ହିରୋ ସୋ ରୁମ୍ ଉଦଘାଟିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଭଞ୍ଜନଗରରେ ହିରୋ ସୋ ରୁମ୍ ଶୁଭାରମ୍ଭ ହୋଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ମୁନିସିପାଲିଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି।ପୂର୍ବରୁ ଭଞ୍ଜନଗର ଜନସାଧାରଣ ୮୦କିଲୋମିଟର ଦୂର ବ୍ରହ୍ମପୁର ଓ ନୟାଗଡ଼ ଯାଇ ଦୁଇ ଚକିଆ ଯାନ କିଣୁଥିବା ବେଳେ ସହରରେ ସର୍ବ ପ୍ରଥମେ ପାଳ ପରିବାର ଗ୍ରାହକଙ୍କ ସୁବିଧା ପାଇଁ ଏଠାରେ ସୋ ରୁମ୍ ଆରମ୍ଭ କରିଥିଲେ।ବର୍ତ୍ତମାନ ପୁଣିଥରେ ଏହି ନୂତନ ସୋ ରୁମ୍ ଖୋଲିବା ଦ୍ୱାରା ବହୁ ଗ୍ରାହକ ଉପକୃତ ହୋଇପାରିବେ। ଦେଶରେ ୧୦କୋଟି ଲୋକଙ୍କ ଭରସା ଯୋଗ୍ୟ ହିରୋ ସ୍କୁଟର ଓ ମୋଟର ସାଇକେଲ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଗ୍ରାହକମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବ ବୋଲି କମ୍ପାନୀର ବ୍ୟବସାୟିକ ଅଧିକାରୀ କହିଛନ୍ତି।ବର୍ତ୍ତମାନ ସୋ ରୁମ୍ ରେ ହିରୋ କମ୍ପାନୀ ଦ୍ୱାରା ଅତ୍ୟାଧୁନିକ ଜ୍ଞାନ କୌଶଳରେ ପ୍ରସ୍ତୁତ ବିଭିନ୍ନ ବର୍ଗର ସ୍କୁଟର ଓ ବାଇକ୍ ଆକର୍ଷଣୀୟ ଅଫର ସହିତ ଉପଲବ୍ଧ ରହିଛି।ଏଥିସହ ଏଠାରେ ଗ୍ରାହକମାନେ ଗାଡ଼ିର ସର୍ଭିସ ଓ ସ୍ପେଆର ପାର୍ଟସ ମଧ୍ୟ ପାଇପାରିବେ। ଏହି ପରିପ୍ରେକ୍ଷୀରେ ଏକ ବାଇକ୍ ରାଲି ସହର ପରିକ୍ରମା କରିଥିଲା।ଏହି ଅବସରରେ ଆଜି କିଛି ନୂତନ ଗ୍ରାହକଙ୍କୁ ଗାଡ଼ି ସହିତ ଆକର୍ଷଣୀୟ ଉପହାର ମଧ୍ୟ ପ୍ରଦାନ କରାଯାଇଛି।ସୋ ରୁମ୍ ର ମୁଖ୍ୟ ସୁନୀଲ ପାଳ, ସୁକାନ୍ତ ପାଳ, ଗୋପାଳ କୃଷ୍ଣ ପାଳ, ରଶ୍ମିତା ପାଳଙ୍କ ସମେତ ହିରୋ କମ୍ପାନୀର କର୍ମକାର୍ତ୍ତ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।


