ହେରୋଇନ ଜବତ, ଜଣେ ଗିରଫ
ଜଗତପୁର,(ଦୀପକ୍ କୁମାର ବେଉରା): କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ପକ୍ଷରୁ ଆଜି ଜଗତପୁର ଗୋଲେଇ ଛକ ନିକଟରେ ଚଢ଼ଉ କରାଯାଇ ଏକ ଏନ୍ଡିପିଏସ୍ ମାମଲା ଠାବ କରାଯାଇଛି। ଡି.ଏସ୍.ଇ. ବିକାଶ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ଚଢ଼ଉରେ ୧୨୭ ଗ୍ରାମ ହେରୋଇନ ଜବତ କରାଯାଇଛି। ଘଟଣାରେ ମାଲଗୋଦାମ ଥାନା ଅଧୀନ ଯୋବ୍ରା ଟିଣପିଟା ସାହିର ଏସ୍.କେ. ଇସ୍ମାଇଲ (୨୮)କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଏନଡିପିଏସ ଅନୁଯାୟୀ ମାମଲା ରୁଜୁ କରାଯାଇ ନ୍ୟାୟିକ ହାଜତକୁ ପଠାଯାଇଛି। ଜବତ ହେରୋଇନର ଆନୁମାନିକ ବଜାର ମୂଲ୍ୟ ୧୨.୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଏହି ଚଢ଼ଉରେ ଅବକାରୀ ସବ୍-ଇନ୍ସପେକ୍ଟର ଶ୍ରୀଧର ସିଂହ, ଅବକାରୀ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଆଶୁତୋଷ ଜେନା, ସୌରଜିତ ନାଥ, ଯୋଗେନ୍ଦ୍ର ସାହୁ ଓ ଚନ୍ଦ୍ରମା ବାର୍ଗେ ପ୍ରମୁଖ ସାମିଲ ଥିଲେ।


