ଡାକ୍ତରଙ୍କୁ ଜାମିନ ପରିବର୍ତ୍ତେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ, (ଓ୍ବାଇଏନଏସ): ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ମାମଲାରେ ଶିଶୁଭବନର ଜଣେ ଡାକ୍ତରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ଡାକ୍ତରଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଚିକିତ୍ସା ଅବହେଳା ଭଳି ଅଭିଯୋଗ ରହିଥିବାରୁ ହାଇକୋର୍ଟ ଆଗୁଆ ଜାମିନ ପାଇଁ ମନା କରିଦେଇଛନ୍ତି। ଜାମିନ ପରିବର୍ତ୍ତେ ଡାକ୍ତରଙ୍କୁ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ମାମଲା ବିବରଣୀରୁ ଜଣାଯାଇଛି ଯେ, ସମ୍ପୃକ୍ତ ଡାକ୍ତର ଏବେ ଶିଶୁଭବନରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଚିକିତ୍ସାରେ ଅବହେଳା କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ରହିଛି। ଏ ନେଇ ଥାନାରେ ୧୦୬(୧) ଓ ୩୧୮(୪) ବିଏନ୍ଏସରେ ମାମଲା ରୁଜୁ କରିଛି ପୁଲିସ। ଗତ ଜୁନ ମାସରେ ଏକ ଶିଶୁର ଚିକିତ୍ସା ପାଇଁ ଶିଶୁଭବନ ପରିବର୍ତ୍ତେ ଘରୋଇ ହସ୍ପିଟାଲକୁ ଯିବାକୁ କହିଥିଲେ ଡାକ୍ତର। ଘରୋଇ ହସ୍ପିଟାଲରେ ଶିଶୁଟିର ମୃତ୍ୟୁ ପରେ ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ