ଚିକିଟିରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): ଚିକିଟି ପେଣ୍ଠ ଯାତ୍ରା ପଡିଆ ରେ ସାଧୁ ସନ୍ଥ ଙ୍କ ମେଳ ରେ ହିନ୍ଦୁ ସମ୍ମିଳନୀ ଆୟୋଜନ କରାଯାଇ ଐକ୍ୟବଦ୍ଧ ହେବାକୁ ନିଷ୍ପତି ନିଆଯାଇଛି.ଜାତି,ବର୍ଣ୍ଣ ଓ ବିଚାର ଧାରା କୁ ଭୁଲ ଅତୀତ ର ସଂସ୍କୃତି ଓ ସାମାଜିକ ଧାରା ସହ ସାମିଲ ହୋଇ ହିନ୍ଦୁ ଏକତା ର ବାର୍ତ୍ତା ଦେଇଥିଲେ ସନ୍ଥ ଦଣ୍ଡିସ୍ୱାମୀ ଭାସ୍କର ତୀର୍ଥ ଲଷ୍ମୀବାବା.ଆୟୋଜକ ମହନ୍ତ ପ୍ରେମାନନ୍ଦ ଦାସ ଙ୍କ ଆବାହନ ରେ ଡ଼ଃ ସୁଦର୍ଶନ ଦେବ ଆଚାର୍ଯ୍ୟ,ଅଲେଖ ସାଧୁ ସୁଦର୍ଶନ ଦାସ,ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କ୍ଷେତ୍ରୀୟ ପ୍ରଚାରକ ଅଶୋକ ପାଢ଼ୀ,ଆଚାର୍ଯ୍ୟ ସୃତିପ୍ରିୟ,ବନପ୍ରସ୍ଥି ପୁରୁଷୋତ୍ତମ ମୁନି,ମହନ୍ତ ଶ୍ରୀ କୃଷ୍ଣ ଚନ୍ଦ୍ର ଦାସ,ସୀତାରାମ ଦାସ,ରଘୁନାଥ ଦାସ,ନବୀନ ଚନ୍ଦ୍ର ଦାସ,ରାମ ପ୍ରସାଦ ଦାସ,ଧର୍ମାନନ୍ଦ ଦାସ,ଶ୍ୟାମ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ରହି ହିନ୍ଦୁ ଜାଗ୍ରତ ମନ୍ତ୍ର ପ୍ରଦାନ କରିଥିଲେ। ସାଧୁ ମାନଙ୍କୁ ନେଇ ନଗର ପରିକ୍ରମା ପୂର୍ବକ ଧର୍ମୀୟ ମୂଲ୍ୟବୋଧ ର ପରିବ୍ୟାପ୍ତ ପାଇଁ ଆଗକୁ ଆସିବାକୁ ବାର୍ତ୍ତା ମଧ୍ୟ ଦିଆଯାଇଛି। କାମଦେବ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଦେବେନ୍ଦ୍ର ସାହୁ,ଧର୍ମା ସାହୁ,ଦଣ୍ଡପାଣି ବଡ଼ତ୍ୟା,ହରିଶ ପ୍ରଧାନ,କୃଷ୍ଣଚନ୍ଦ୍ର ସାହୁ,ଦଣ୍ଡ ସାହୁ,ମାର୍କଣ୍ଡ ସାହୁ,କୃଷ୍ଣଚନ୍ଦ୍ର ସାହୁ,କେ.ସିମାଞ୍ଚଳ,ଅଜିତ ଆର୍ଯ୍ୟ,ଧର୍ମା ରେଡି,ଭଗବାନ ସାହୁ,ସନ୍ତୋଷ ସାହୁ,ଜିତେନ୍ଦ୍ର ସାହୁ,ଗୋବିନ୍ଦ ସାହୁ,ସୁକାନ୍ତ ସାହୁ,କୃଷ୍ଣ ରାଉତ,ଶ୍ରୀନିବାସ ସାହୁ,ସିମାଞ୍ଚଳ ସାହୁ ପ୍ରମୁଖ ସହଯୋଗ କରିଥିଲେ।


