ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କଲେ ମହାମହିମ ରାଜ୍ୟପାଳ
ଆରଡି, ( ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲା ଗସ୍ତ ଅବସରରେ ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ସ୍ଥିତ ସ୍କିଲ ଇଣ୍ଡିଆ ସେଣ୍ଟର ମଙ୍ଗଳବାର ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କ ସହ ଭାବବିନିମୟ କରିଛନ୍ତି ମହାମହିମ ରାଜ୍ୟପାଳ ଡ. ହରି ବାବୁ କମ୍ଭମ ପତି । ଏହି ସେଣ୍ଟରରେ ପହଞ୍ଚିବା ପରେ ରାଜ୍ୟପାଳଙ୍କୁ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଛାତ୍ରଛାତ୍ରୀ ମାନେ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ଜିଲାପାଳ ଦୀଲିପ କୁମାର ରାଉତରାୟ, ଉପ ଜିଲାପାଳ ସୌରଭ ଚକ୍ରବର୍ତ୍ତ, ଡେପୁଟି କଲେକ୍ଟର କାର୍ତ୍ତିକ ମଣ୍ଡଳ, ଭାଜପାର ବରିଷ୍ଠ ନେତା ଅଶୋକ ପୁହାଣ, ମନୋଜ ମଲ୍ଲିକ, ମଣ୍ଡଳ ସଭାପତି ରାଜେନ୍ଦ୍ର ସାହୁ, ଚତୁର୍ଭୁଜ ନାୟକ, କୈଳାସ ମହାପାତ୍ର, ରଘୁନାଥ ଲେଙ୍କା, ହରେକୃଷ୍ଣ ପାଢୀ, ଧାମନଗର ବିଡିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ରାଜ୍ୟପାଳଙ୍କର ଭୂୟସୀ ପ୍ରଶଂସା କରିଥିଲେ । ପରେ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଓ ଖୁସୀବ୍ୟକ୍ତ କରି ପ୍ରତ୍ୟାବର୍ତ୍ତନ କରିଥିଲେ ।


