ଲଗାଣ ବର୍ଷାରେ ଭାଙ୍ଗିଲା ଘର

କେନ୍ଦୁଝର  (ପୂର୍ଣ୍ଣଚନ୍ଦ୍ର ମହାନ୍ତ) : ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ବଡପଶି ଗ୍ରାମର ଜଣେ ବ୍ୟକ୍ତି ଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। କିଛି ଦିନ ହେଲା ବର୍ଷା ଲାଗି ରହିଥିବା ରୁ ବଡପଶି ଗ୍ରାମର ରହଣୀ ମହାକୁଡ଼ ଙ୍କ ମାଟି କାନ୍ଥ ଭୁଷୁଡି ପଡିବାରୁ ଘର ଭିତରେ ଥିବା ତାଙ୍କ ଝିଅର ଉପରେ ପଡ଼ିବାରୁ ସେ ଆହତ ହୋଇଥିଲେ। କାନ୍ଥ ପଡି ଆହତ ହୋଇଥିବା ପ୍ରିୟଙ୍କା କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଘରକୁ ପଠାଇ ଦେଇଥିଲେ। ରହଣୀ ର ଘର ଭାଙ୍ଗି ଯାଇଥିବା ରୁ ସେ ବର୍ତ୍ତମାନ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ଗରିବ ପରିବାର କୁ ରାଜସ୍ବ ବିଭାଗ ତରଫରୁ ଆର୍ଥିକ ସାହାର୍ଯ୍ୟ ଯୋଗାଇଦେବାକୁ ଗ୍ରାମବାସୀ ଙ୍କ ତରଫରୁ ଦାବି ହେଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ