ଏନ.ଏମ ଇନଷ୍ଟିଚ୍ୟୁଟ ଅଫ ପ୍ରଫେସନାଲ ଷ୍ଟଡିଜ ପକ୍ଷରୁ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ

କୋଣାର୍କ  (ଗଣେଶ ଚନ୍ଦ୍ର ବେହେରା) : ରବିବାର ପୂର୍ବାହ୍ନ ସମୟରେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ସ୍ଥିତ ବେଳାଭୂମି ଠାରେ ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳନ ଅବସରରେ ଭୁବନେଶ୍ଵର ସ୍ଥିତ ଘରୋଇ ଇଞ୍ଜିନିୟରିଂ କଲେଜ ଏନ.ଏମ ଇନଷ୍ଟିଚ୍ୟୁଟ ଅଫ ପ୍ରଫେସନାଲ ଷ୍ଟଡିଜ ପକ୍ଷରୁ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ଏନ.ଏମ ଘରୋଇ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଜୀବନ ଦର୍ଶନ ପରିଡାଙ୍କ ନେତୃତ୍ବରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ବାହାରି ସ୍ବଚ୍ଛ ବେଳାଭୂମି, ସବୁଜ ବେଳାଭୂମିର ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରିଥିଲେ। ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚନ୍ଦ୍ରଭାଗା ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଦୂଷଣ ମୁକ୍ତ, ପ୍ଲାଷ୍ଟିକ ମୁକ୍ତ ଓ ଆବର୍ଜନା ଶୂନ୍ଯ ଚନ୍ଦ୍ରଭାଗା ବେଳାଭୂମି ଗଠନ କରି ଏହାର ପରିବେଶକୁ ସୁସ୍ଥ ଓ ସୁନ୍ଦର ଭାବରେ ଗଢି ତୋଳିବାର ଆଭିମୁଖ୍ୟ ନେଇ ଏନ.ଏମ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ଛାତ୍ରୀ ମାନେ ସାମୁହିକ ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ସଫେଇ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମକୁ ଅନୁଷ୍ଠାନର କବିତା ସିଂ ଓ ସୁନିଲ କୁମାର ମଙ୍ଗରାଜ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ