ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶକ୍ରମେ କୋଣାର୍କ ନିକଟସ୍ଥ ବଟେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ କାକଟପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁରୁଜଙ୍ଗ ପଞ୍ଚାୟତ ଓ କାଦୁଆ ପଞ୍ଚାୟତ ଅଙ୍ଗନବାଡ଼ି କେନ୍ଦ୍ର ସୁପରଭାଇଜର ଶ୍ରୀମତୀ ପ୍ରତିମା ମହାନ୍ତିଙ୍କ ତତ୍ତ୍ଵାବଧାନରେ ଉଭୟ ପଞ୍ଚାୟତରେ ଥିବା ୨୦ଟି ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ବିଭିନ୍ନ ସ୍କୁଲ୍ ଓ ଗ୍ରାମରେ ନାବାଳିକା ଛାତ୍ରୀ ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନାବାଳିକା ଶିଶୁ ଓ ଛାତ୍ରୀ ମାନଙ୍କୁ ହେଉଥିବା ଆଦି ନିର୍ଯାତନାର ଶିକାରରୁ କିପରି ବର୍ତ୍ତିବେ ଏନେଇ ସଚେତନତା କରାଯାଇଥିଲା। ବିଭିନ୍ନ ସଚେତନତାର ବାର୍ତ୍ତା ନେଇ ସ୍ଲୋଗାନ ଜରିଆରେ ଛାତ୍ରୀ ମାନଙ୍କୁ ସଚେତନତା କରାଯାଇଥିଲା। ବଟେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଧନପଡ଼ା, ଖନ୍ଦୋଳ ଓ ରଇତିସାହି ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ଭିନ୍ନଭିନ୍ନ ଭାବେ ଛାତ୍ରୀଙ୍କୁ ସଚେତନା କରାଯାଇଥିଲା। ନିର୍ଯାତନା କବଳରୁ ନିଜକୁ ସୁରକ୍ଷା ରଖିବା, ସଚେତନା ହେବା ସହ ଆବଶ୍ୟକ ପଡ଼ିଲେ ସରକାରଙ୍କ ଦ୍ଵାରା ପରିଚାଳିତ ୧୧୨, ୧୮୧ ଓ ୧୦୯୮ ଟୋଲ୍ ଫ୍ରୀ ନମ୍ବରରେ ନିଜର ଅଭିଯୋଗ ଦେଇ ପରିବା ଆଦି ଉପରେ ସଚେତନା କରାଯାଇଥିଲା। କାର୍ଯ୍ୟକ୍ରମକୁ ଗୋଧନପଡ଼ା ଅଙ୍ଗନବାଡ଼ି କର୍ମୀ ଲୋପାମୁଦ୍ରା ମହାରଣା, ଖନ୍ଦୋଳ ଅଙ୍ଗନବାଡ଼ି କର୍ମୀ ନଳିନୀ ଦେଇ, ରଇତିସାହି ଅଙ୍ଗନବାଡ଼ି କର୍ମୀ ସଂଯୁକ୍ତା ଓଝା ଙ୍କ ସହିତ ବଟେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ତପନ ପାଢୀ ଓ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ।