ହ୍ୟୁମାନ୍‌ ସାଗର ମୃତ୍ୟୁ ମାମଲା: ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

କଟକ, (ଓ୍ବାଇଏନଏସ): ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ମୋଡ଼। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ। ଏଥି ସହିତ ସୋମେଶ ଶତପଥୀଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି। ଅର୍ପିତା ଓ ସୋମେଶଙ୍କ ଆଗୁଆ ଜାମିନ୍ ଆବେଦନ ଶୁଣାଣି କରି ହାଇାକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେସ୍ ଡାଏରୀ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହ୍ୟୁମାନ ସାଗରଙ୍କ ମାଆ ସେଫାଳି ସୁନାଙ୍କୁ ହାଇକୋର୍ଟଙ୍କ ନୋଟିସ୍ ମଧ୍ୟ କରିଛନ୍ତି। ଆସନ୍ତା ୧୬ରେ ପରବର୍ତ୍ତୀ ଶୁଣାଣି ହେବ।​​​​​​​ ଗତ ୨୧ ତାରିଖରେ ହ୍ୟୁମାନଙ୍କ ମା’ ଶେଫାଳି ସୁନା ପୁଅର ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ମର୍କତନଗର ଥାନାରେ ଏତଲା ଦେଇଥିଲେ । ଏଥିରେ ସୋମେଶ ଶତପଥୀଙ୍କ ସମେତ ୯ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ । ମା’ ଶେଫାଳି ହ୍ୟୁମାନଙ୍କ ମୃତ୍ୟୁର କିଛି ସନ୍ଦିଗ୍ଧ କାରଣ ମଧ୍ୟ ଦର୍ଶାଇଛନ୍ତି । ସମ୍ଭବତଃ ବିଷ ଦିଆଯିବା, ଶାରୀରିକ ଆଘାତ ପହଞ୍ଚାଇବା, ମାନସିକ ନିର୍ଯାତନା ଦେବା, ଧମକଚମକ ଦେବା, ବିଭିନ୍ନ ଚାପ ପ୍ରୟୋଗ କରିବା ଓ ଆର୍ଥିକ ସ୍ତରରେ ଲାଭବାନ ହେବାର ଉଦ୍ଦେଶ୍ୟ ରଖିବା ଯୋଗୁଁ ହ୍ୟୁମାନଙ୍କର ମୃତ୍ୟୁ ହୋଇଥିବା ନେଇ ଏତଲାରେ ଆଶଙ୍କା କରିଛନ୍ତି ମା’ଶେଫାଳି । ଯେଉଁମାନଙ୍କ ନାଁରେ ଏତଲା ହୋଇଛି ସେମାନଙ୍କର ମଧ୍ୟ ସମାନ ତଥ୍ୟ ସଂଗ୍ରହ କରି ଯାଞ୍ଚ୍ କରିବାକୁ ହ୍ୟୁମାନ୍‌ଙ୍କ ମା’ ଦେଇଥିଲା ଏତଲାରେ ଅନୁରୋଧ କରାଯାଇଛି । ଏହି ଘଟଣାରେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ଅର୍ପିତା ଓ ସୋମେଶଙ୍କ ଆଗୁଆ ଜାମିନ୍ ଆବେଦନ କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଉଭୟଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏହି ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ