ଜୋର୍‌ ଜବରଦସ୍ତ କରାଇହେବନି ଝିଅର ବିବାହ: ହାଇକୋର୍ଟ

କଟକ, (ଓ୍ବାଇଏନଏସ): ବିବାହ ପୂର୍ବରୁ ଝିଅର ସ୍ଵୀକୃତି ନେବା ଜରୁରୀ। ଜୋର୍ ଜବରଦସ୍ତି ଝିଅର ବିବାହ କରେଇ ପାରିବେ ନାହିଁ ଅଭିଭାବକ। କିମ୍ବା ଅନ୍ୟ ସମ୍ପର୍କୀୟ ବୋଲି ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି। ଝିଅକୁ ବିବାହ କରିବା ପୂର୍ବରୁ ଝିଅର ନିଷ୍ପତ୍ତି ନେବା ଅତ୍ୟନ୍ତ ଜରୁରୀ ଅଟେ। କନ୍ୟାକୁ ବିବାହ ପାଇଁ ବାଧ୍ୟ କରିବା ସୁସ୍ଥ ସମାଜ ପାଇଁ ଅନୁକୂଳ ନୁହେଁ। ପ୍ରାପ୍ତ ବୟସ୍କ କନ୍ୟାର ନିଷ୍ପତ୍ତିକୁ ସମ୍ମାନ ଦେବା ଉଚିତ, ହାଇକୋର୍ଟ। ଏକ ହେବିୟସ କର୍ପସ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି ହାଇକୋର୍ଟ। ସୂଚନା ଥାଉକି ବିବାହ ସଂପର୍କରେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ । ହାଇକୋର୍ଟ କହିଛନ୍ତି ଅଭିଭାବକ ମାନେ ବିବାହ ସଂପର୍କିତ ନିଷ୍ପତ୍ତି ନେବା ପୂର୍ବରୁ ଏହି ପ୍ରସଙ୍ଗରେ ଝିଅର ସ୍ବୀକୃତି ନେବା ନିଶ୍ଚିତ ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି । ଏପରି କୌଣସି ନିଷ୍ପତ୍ତି ଅଭିଭାବକଙ୍କ ଦ୍ବାରା ନିଆଯିବା ପୂର୍ବରୁ ଝିଅର ଅନୁମତି ନିଆଯିବା ଉଚିତ । ଯେତେବେଳେ ଜଣେ ଝିଅ ବିବାହ ପାଇଁ ପ୍ରସ୍ତୁତ ନଥାଏ, ବାହ୍ୟ ବଳ ପ୍ରୟୋଗ କରି ତାଙ୍କୁ ବାହାଦେବା ସୁସ୍ଥ ସମାଜ ପାଇଁ ଅନୁକୂଳ ନୁହେଁ । ଅଭିଭାବକ ମାନେ ନିଜ ନିଷ୍ପତ୍ତି ପିଲାମାନଙ୍କ ଉପରେ ଲଦି ଦେବାର ଭାବନା ବିରୋଧରେ ପ୍ରଶାସନ ସଚେତନ କରିବା ଆବଶ୍ୟକ । ପ୍ରାପ୍ତ ବୟସ୍କ ଝିଅର ନିଷ୍ପତ୍ତିକୁ ସମ୍ମାନ ଦେବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ