ଅନାସ୍ଥା ପ୍ରସ୍ତାବ ଅଭିଯୋଗ କୁ ଖାରଜ କରିବା ଲାଗି ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଭେଟିଲେ ହୁମ୍ମା ସରପଂଚ ଓ ସମିତିସଭ୍ୟ
ଛତ୍ରପୁର (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଂଚାୟତର ସରପଂଚ ଜାନକୀ ଦାସଙ୍କ ନାମରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଅଭିଯୋଗକୁ ଖାରଜ କରିବା ଲାଗି ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ହୁମ୍ମା ସରପଂଚ ଓ ସମିତିସଭ୍ୟଙ୍କ ସହ ୫ୱାର୍ଡ ସଭ୍ୟ/ସଭ୍ୟା । ଶୁକ୍ରବାର ପଂଚାୟତର ସରପଂଚଙ୍କ ମନମୁଖି କାର୍ଯ୍ୟରେ ଅତିଷ୍ଠ ହୋଇ ସରପଂଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ନେଇ ନାଏବ ସରପଂଚଙ୍କ ସମେତ ୧୫ ୱାର୍ଡ ସଭ୍ୟ/ସଭ୍ୟା ମାନେ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଭେଟିଥିଲେ । ଅନ୍ୟପଟେ ତେବେ ଏହାକୁ ରାଜନିତୀର ରୂପ ଦିଆଯାଇ ପଂଚାୟତର ଉନ୍ନତିକୁ ସହ୍ୟ ନ କରିପାରି ବିରୋଧି ମାନେ ମିଥ୍ୟାରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଅଭିଯୋଗ ଆଗତ କରିଛନ୍ତି ବୋଲି ଶନିବାର ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥି ହାଁସଦାଙ୍କୁ ଭେଟି କହିଛନ୍ତି ହୁମ୍ମା ପଂଚାୟତର ଖୋଦ୍ ସରପଂଚ ଜାନକୀ ଦାସ ଓ ସମିତିସଭ୍ୟ ଧୃବଚରଣ ପଲାଇଙ୍କ ସହ ୫ଜଣ ୱାର୍ଡ ସଭ୍ୟ/ସଭ୍ୟା । ଏହା ସହ ଏହାର ତଦନ୍ତ କରି ବିରୋଧି ଆଗତ କରିଥିବା ଅନାସ୍ଥା ପ୍ରସ୍ତାବକୁ ଖାରଜ କରିବାକୁ ସେମାନେ ଅନୁରୋଧ କରିଥିଲେ ।