ପାଣି ଅଭାବରୁ ଶହ ଶହ ଏକର ଚାଷ ଜମି ପଡୁଥିଲା ପଡିଆ: ଅଭିଯୋଗ ପରେ କ୍ଷେତ୍ରୀୟ ତଦନ୍ତ କଲେ ଅଧିକାରୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ଅଧିନ ଟିଲୋ ମଧୁପୁର ଗ୍ରାମର ଉଭୟ ପାଶ୍ୱର୍ରେ ଥିବା ଶହ ଶହ ଏକର ଚାଷ ଜମି ପାଣି ଅଭାବରୁ ପଡିଆ ପଡୁଥିଲା । ମଧୁପୁର ଓ ତେଲିସାହି ଗ୍ରାମର ଚାଷୀମାନେ ଜମି ଚାଷ କରିପାରୁନଥିଲେ । ସମ୍ପୃକ୍ତ ଅଞ୍ଚଳରେ ଗୋଟିଏ ଏଲ.ଆଇ ପଏଣ୍ଟ ବସାଇବା ନେଇ ଗତ ୧୩ ତାରିଖରେ ବନ୍ତ ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ ବ୍ଲକ କଂଗ୍ରେସ ଯୁବ ନେତା ଇଂ.ସୁଧାଂଶୁ ଶେଖର ନାୟକ ଅଭିଯୋଗ କରିଥିଲେ । ଏନେଇ ଜିଲାପାଳ ମାଇନର ଇରିଗେସନ ବିଭାଗର ଏସଡିଓଙ୍କୁ କ୍ଷେତ୍ର ପରିଦର୍ଶନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ଆଜି ମାଇନର ଇରିଗେସନ ବିଭାଗର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଦେବେନ୍ଦ୍ର ନାରାୟଣ ପାଢୀ କ୍ଷେତ୍ରୀୟ ତଦନ୍ତ କରି ନୂତନ ଏଲ.ଆଇ ପଏଣ୍ଟ ବସାଇବା ପାଇଁ ପ୍ରତିଶୃତ ଦେଇଥିବା ଜଣାଯାଇଛି । ବିଭାଗୀୟ ଅଧିକାରୀଙ୍କ ତଦନ୍ତ ବେଳେ ଚାଷୀ ସୁଧାକର କୁଅଁର, ଅଶୋକ ରାଉତ, ବିନୋଦ ବିହାରୀ ନାୟକ, ମାଧବାନନ୍ଦ ରାଜ, ଆଦିକନ୍ଦ ବରାଳ, ପ୍ରଦୀପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।