ପଡିଶା ଘରେ ନିଆଁ ଲଗେଇବା ଅଭିଯୋଗ ରେ ସ୍ୱାମୀ ସ୍ତ୍ରୀ କୋର୍ଟ ଚାଲାଣ

ଚିକିଟି (ଓ୍ବାଇଏନଏସ): କେ.ନୂଆଗାଁ ଥାନା କଳବାଡ଼ ଗ୍ରାମ ରେ ପଡିଶା ଘରେ ନିଆଁ ଲଗେଇବା ଅଭିଯୋଗ ରେ ରବିବାର ସ୍ୱାମୀ ସ୍ତ୍ରୀ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି.ଗିରଫ ଦମ୍ପତି ହେଲେ ଉକ୍ତ ଗ୍ରାମ ର କାଳିଆ ପ୍ରଧାନ ଓ ତାଙ୍କ ସ୍ତ୍ରୀ ରଶ୍ମିତା ପ୍ରଧାନ.ପଡୋଶୀ ଲିଲି ପ୍ରଧାନ ଙ୍କ ଅଭିଯୋଗ ଅନୁସାରେ ପୋଲିସ ଅନୁସନ୍ଧାନ କରି ଗିରଫ କରିଥିଲା.ନିଆଁ ଲାଗି ଏକ ଲକ୍ଷ ଟଙ୍କା ସମେତ ସୁନାରୂପା ଅଳଙ୍କାର ତଥା ଅନ୍ୟାନ୍ୟ ଆସବାବ ପତ୍ର ପୋଡି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି.ପ୍ରକାଶ ଥାଉ କି ଶନିବାର ରାତ୍ର ତିନି ଟା ସମୟ ରେ ଉକ୍ତ ଗ୍ରାମ ରେ ଆଜିତ ପ୍ରଧାନ ଙ୍କ ଘରେ ନିଆଁ ଲାଗି ଯାଇଥିଲା.ଏ ସମ୍ପର୍କ ରେ ପୂର୍ଵ ରୁ କାଳିଆ ଓ ରଶ୍ମିତା ଅଜିତ ଘରେ ନିଆଁ ଲଗେଇ ଦେବା ନେଇ ଧମକ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି.ଗତ ତିନି ତାରିଖ ଦିନ ଉଭୟ ପଡୋଶୀ ଙ୍କ ମଧ୍ୟ ରେ ଝଗଡା ହୋଇ ଧାନଘର ଫାଣ୍ଡି ରେ ଅଭିଯୋଗ ମଧ୍ୟ ହୋଇଥିଲା.ଥାନା ରେ କାହିଁକି ଜଣେଇଲୁ ବୋଲି ଉତ୍ୟକ୍ତ ହୋଇ ଏ କାଣ୍ଡଭିଆଇ ଥିବା ଜଣା ଯାଇଛି. ଅଜିତ ଙ୍କ ସ୍ତ୍ରୀ ଲିଲି ପ୍ରଧାନ ଙ୍କ ଅଭିଯୋଗ ଅନୁଯାୟୀ ଦମ୍ପତି ଙ୍କୁ କୋର୍ଟ ଚାଲାଣ ହୋଇଥିବା ଧାନଘର ଫାଣ୍ଡି ଅଧିକାରୀ ଗୌତମ ସାହୁ ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ