ଆଇଡ଼ିଆଲ ପବ୍ଲିକ ସ୍କୁଲର ୩୫ତମ ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜଇପୁରାସ୍ଥିତ ଆଇଡ଼ିଆଲ ପବ୍ଲିକ ସ୍କୁଲର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ଯୋଗଦେଇ କହିଲେ ଶିକ୍ଷାର୍ଥୀ ମାନେ ଉତ୍ତମ ଚରିତ୍ରକୁ ପ୍ରାଧାନ୍ୟ ଦେଲେ ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ। ମୁଖ୍ୟବକ୍ତା ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସନ୍ତୋଷ କୁମାର ମହାପାତ୍ର ଯୋଗଦେଇ ଶିକ୍ଷାର୍ଥୀଗଣ କିପରି ଭବିଷ୍ୟତରେ ଉନ୍ନତି କରିବେ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାଳୟର ସଭାପତି ସରୋଜରାଜ ସିଂହ ଶିକ୍ଷାର୍ଥୀ ମାନଙ୍କର ମୂଳଦୁଆ ଗଠନ ଉପରେ ଆଲୋକପାତ କରିଥିଲା ବେଳେ ସମ୍ପାଦକ ଅଧିକାରୀ ପ୍ରଭାତ ଦାସ ଶିକ୍ଷାର୍ଥୀଙ୍କ ଭବିଷ୍ୟତ କିପରି ଉଜ୍ଜ୍ୱଳମୟ ହେବ ତାହା ଉପରେ ମତ ରଖିଥିଲେ। ଶିକ୍ଷକ କୈଳାସ ଚନ୍ଦ୍ର କର ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶିକ୍ଷକ କିଶୋର କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଉପାଧ୍ୟକ୍ଷ ବଦ୍ରିନାରାୟଣ ସିଂହ, ଶିକ୍ଷକ ଶୁଭେନ୍ଦୁ କୁମାର କର, ରଞ୍ଜନ କୁମାର ପତି, ସୁଶାନ୍ତ କୁମାର ପତି, ସ୍ମିତାରାଣୀ ଲେଙ୍କା, ବିଜୟ କେତନ ସାହୁ, ସାହିସ୍ତା ପରୱିନ୍‌, ନର୍ଗିସ ଫିର୍ଦ୍ଦୋଷ, ସସ୍ମିତା ଖଟୁଆ, ମିତା ମହାନ୍ତି, ମାରୁଫ ଅଲ୍ଲୀ, ସଂଘମିତ୍ରା ରାଉତରାୟ, ସସ୍ମିତା ରାଜ, ଅନସୂୟା ପରିଡ଼ା, ଅଖିଳ ପରିଡ଼ା, ସବିହା ଖାତୁନ୍‌, ତସ୍କିନ ଅଖତର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ