ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଚିହ୍ନଟ ଓ ଡାକ୍ତରୀ ପରୀକ୍ଷଣ ଶିବିର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଞ୍ଜାମ ସମଗ୍ର ଶିକ୍ଷା ଆନୁକୁଲ୍ୟ ରେ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ  ଦିଗପହଣ୍ଡି ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ   ଛାତ୍ର ଛାତ୍ରୀଙ୍କ ଚିହ୍ନଟ ଓ ସେମାନଙ୍କ ଡାକ୍ତରୀ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଉପସ୍ଥିତ ୭୯ ଦିବ୍ୟାଙ୍ଗ  ଛାତ୍ର ଛାତ୍ରୀ ଙ୍କୁ ଆବଶ୍ୟକ ସହାୟକ ଉପକରଣ ପ୍ରଦାନ ନିମନ୍ତେ ସୁପାରିଶ କରାଯାଇଛି। ଅଖିଳ ଭାରତୀୟ ଶିକ୍ଷା ସମାଗମ ପାଳନ ଅବସରରେ ତଥା ଜାତୀୟ ଶିକ୍ଷାନୀତି ୨୦୨୦ ର ପଞ୍ଚମ ବାର୍ଷିକ ପୂର୍ତ୍ତି ଉପଲକ୍ଷେ ଆଲମିକୋ ଭୁବନେଶ୍ବର ଏବଂ ସାଇଟ୍ ସେଭର୍ସ ଭାରତ ସଂସ୍ଥାର ସହଯୋଗ କ୍ରମେ ଏହି ଶିବିର  ଆୟୋଜନ ହୋଇଥିଲା । ଦିଗପହଣ୍ଡି ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିବିର ଉଦଘାଟନ କରିବା ସହ ଜାତୀୟ ଶିକ୍ଷାନୀତି ଏବଂ ସମଗ୍ର ଶିକ୍ଷା ତଥା ଅନ୍ତର୍ନିବେଶୀ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ସେହିପରି ସହ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ବିଶ୍ରବା ପାଇକ ଏବଂ ରସାନନ୍ଦ ଘଡେଇ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଦିବ୍ଯାଙ୍ଗ  ଛାତ୍ର ଛାତ୍ରୀ ମାନେ କିଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେ ନେଇ ଆଲୋଚନା କରିଥିଲେ । ଶିବିରରେ ବ୍ଳକ ଅଧିନସ୍ଥ ବିଭିନ୍ନ ସରକାରୀ ବିଦ୍ୟାଳୟର ଦିବ୍ଯାଙ୍ଗ  ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ  ଅଂଶଗ୍ରହଣ କରିଥିବା ବେଳେ ଆଲମିକୋ ସଂସ୍ଥାର ଡ଼ା. ମନୋରଞ୍ଜନ ଓଝା , ଡ଼. ଦେବ ପ୍ରକାଶ ଏବଂ ସାଇଟ୍ ସେଭର୍ସ ଭାରତ ସଂସ୍ଥାର ଡ଼ା. ଶୁଭମ୍ ପାଣିଗ୍ରାହୀ ଉପସ୍ଥିତ ରହି ସହାୟକ ଉପକରଣର ବ୍ୟବହାର ଏବଂ ବିନିଯୋଗ ଉପରେ ତାଲିମ ଦେଇଥିଲେ । ଶିବିରରେ ସମଗ୍ର ଶିକ୍ଷା ଗଞ୍ଜାମ ପକ୍ଷରୁ ଏମ୍ . ଡମ୍ବରୁଧର ଦୋରା , ହେମନ୍ତ କୁମାର ନନ୍ଦ ଉପସ୍ଥିତ ଥିଲେ। ବ୍ଲକ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ଶିବିର ପରିଚାଳନା କରିଥିବା ବେଳେ ସମସ୍ତ ସିଆରସିସି ଏବଂ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ