ହାଇସ୍କୁଲ ପିଅନଙ୍କ ନାମରେ ଅସଦାଚରଣ ଅଭିଯୋଗ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସହରର ଏକ ହାଇସ୍କୁଲର ପିଅନ ସଂପୃକ୍ତ ସ୍କୁଲର ପାଚିକାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ସମ୍ପୃକ୍ତ ପିଅନ ଜଣଙ୍କ ସେହି ବିଦ୍ୟାଳୟର ପାଚିକାଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରିବା ସହ ଅସଦାଚରଣ କରୁଥିବା ନେଇ ପାଚିକା ସଂଘ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିିଛି । ମଣ୍ଡଳ ଶିକ୍ଷାଧିକାରୀ ଅଭିଯୋଗ ପାଇବା ପରେ ସେହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀଙ୍କ କହିଛନ୍ତି ଯେ ସମ୍ପୁକ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଆବଶ୍ୟକ ସଂଖ୍ୟକ ପାଚିକା ରୋଷେଇ କରିବା ପାଇଁ ନାହାନ୍ତି । ତେଣୁ ପାଚିକାମାନେ ବିଭିନ୍ନ ସମୟରେ ଏହି ଘଟଣାକୁ ନେଇ ଅଭିଯୋଗ କରିଥାନ୍ତି । ବିଭିନ୍ନ ସମୟରେ ଅଧିକ ପାଚିକା ନିଯୁକ୍ତି ପାଇଁ ଦାବି ମଧ୍ୟ ହୋଇଆସିଛି । ତେବେ ପାଚିକାଙ୍କୁ ରୋଷେଇ କାର୍ଯ୍ୟରେ ସହଯୋଗ କରିବା ପାଇଁ ସେହି ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ(ପିଅନ)ଙ୍କୁ ନିୟୋଯିତ କରାଯାଇଥରବା ବେଳେ ସଂପୃକ୍ତ ପିଅନ ପାଚିକାଙ୍କୁ ଅସଦାଚରଣ କରିଥିଲେ । ଫଳରେ ପାଚିକାମନେ ନବମ ଓ ଦଶମ ଶ୍ରେଣୀ ଛାତ୍ରୀଙ୍କ ପାଇଁ ରୋଷେଇ କରିବାକୁ ମନା କରି ଦେଇଥିଲେ । ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ମନ୍ତ୍ରୀ କହିଛନ୍ତି ଯେ ଆମେ ଏନେଇ ଅଭିଯୋଗ ପାଇଛୁ । ଏହାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନୂଆ ପାଚିକା ନିଯୁକ୍ତି ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଅନ୍ୟ କାହାକୁ ପାଚିକା ନିଯୁକ୍ତି କରିବା ପାଇଁ ପ୍ରଧାନଶିକ୍ଷକଙ୍କୁ ନିର୍ଦେଶ ଦିଆଯାଇଥିବା ମଣ୍ଡଳ ଶିକ୍ଷାଧିକାରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ