ଡେରିକି ପଂଚାୟତରେ ଯନ୍ତ୍ରୀ ଓ ପଂଚାୟତ ପିଇଓଙ୍କ ଅନୁପସ୍ଥିତରେ ଚାଲିଛି ବେଆଇନ ଭାବେ ଗାର୍ଡୱାଲ ନିର୍ମାଣ କାର୍ଯ୍ୟ: ବିଡିଓଙ୍କୁ ଲିଖିତ ଅଭିଯୋଗ

ନାଉଗାଁ, (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତ ଗଙ୍ଗଦା ମୌଜାର ୬ ନଂ ୱାର୍ଡରେ ବେଆଇନ ଭାବେ ଗାର୍ଡୱାଲ ନିର୍ମାଣ କାର୍ଯ୍ୟ କରାଯାଉଥିବା ଗ୍ରାମବାସୀମାନେ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବିଡିଓ ନିରଞନ ପରିଡା ଉକ୍ତ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ପଂଚାୟତ ପିଇଓ ଅନିତ୍ୟ କୁମାର ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମର ପ୍ରମୋଦ ଜେନା, ପର୍ଶୁରାମ ଜେନା, ରାଣା ପ୍ରତାପ ଜେନା ଆଦିଙ୍କ ଅଭିଯୋଗ ମୁତାବକ ତିରୁଣା-ଶିଖରକୁ ସଂଯୋଗ କରୁଥିବା ରାସ୍ତାରୁ ଗଙ୍ଗଦା ଠାରୁ ଡେରିକି ବାଲିକଣ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜାନରେ ରାସ୍ତା କାର୍ଯ୍ୟ ପାଇଁ ସରକାରଙ୍କ ଦ୍ୱାରା ଟେଣ୍ଡର ପକ୍ରିୟା ଚାଲୁ ରହିଛି। ଏହି ରାସ୍ତାଟି ଯେଉଁ ବାଟ ଦେଇ ଯାଇଛି ପୂର୍ବରୁ ପଂଚାୟତ ସମିତି ଅଧୀନରେ ଏକ ରାସ୍ତା ରହିଛି। ବର୍ତମାନ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଉକ୍ତ ରାସ୍ତାରେ ପଂଚାୟତ ସମିତି ତରଫରୁ ୩ଲକ୍ଷ ଟଙ୍କା ବ୍ୟୟ କରାଯାଇ ରାସ୍ତା ନିର୍ମାଣ କରାଯାଉଛି। ଯାହାକି ସରକାରୀ ଅର୍ଥ ଅଯଥା ଅପବ୍ୟୟ କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାସ୍ତା ନିର୍ମାଣ ସମୟରେ ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ କିମ୍ବା ପଂଚାୟତର ପିଇଓ କାର୍ଯ୍ୟସ୍ଥଳରେ ଉପସ୍ଥିତ ନାହାନ୍ତି। ଯାହାକି ରାସ୍ତା କାର୍ଯ୍ୟ ସଂପୂନ୍ନ ନିମ୍ନମାନର ହେଉଥିବା ଜଣାଯାଇଛି। ତେଣୁ ଉକ୍ତ କାର୍ଯ୍ୟକୁ ବନ୍ଦ ରଖିବା ପାଇଁ ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ପାଇବା ପରେ ବିଡିଓ ପରିଡା କାର୍ଯ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ କାର୍ଯ୍ୟଜାରି ରହିଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ଏବିଷୟରେ ପଂଚାୟତ ପିଇଓ ଜେନାଙ୍କୁ ପଚାରିବାରେ କାର୍ଯ୍ୟ ବନ୍ଦ ରହିଥିବା ମତବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ