ଦେଶୀ ରନ୍ଧା ମଦ ଜବତ, ଦୁଇ ଗିରଫ

ହାଟଡିହି (ଓ୍ବାଇଏନଏସ):  କେନ୍ଦୁଝର ଅବକାରୀ ଅଧିକ୍ଷକ ଶ୍ରୀ ତେଯରାଜ ଯାନୀଙ୍କ ନିର୍ଦ୍ଦେଶକ୍ରମେ   ଅବକାରୀ ଉପ-ଅଧିକ୍ଷକ ଦିବ୍ୟରଞ୍ଜନ ଦିପଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆନନ୍ଦପୁର ଅବକାରୀ  ନିରୀକ୍ଷକ ବ୍ରଜମୋହନ ମଲ୍ଲିକ ଓ ହାଟଡିହି ଅବକାରୀ ଥାନାର କର୍ମଚାରୀ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ସୋସୋ ଓ  ନନ୍ଦିପଦା ଥାନା ଅନ୍ତର୍ଗତ ପୁରୁଣାପାଣି ଓ ଅସିଆ, ମଧୁରଗଡିଆ ଆଦି ଗ୍ରାମରେ  ଚଢ଼ାଉ କରାଯାଇ ୧୯୦ ଲିଟର ଦେଶୀମଦ ଓ ୨୫୦୦ ଲିଟର ମହୁଲ ପୋଚ ଜବତ କରାଯାଇଛି। ଏହି ଘଟଣାରେ  ଅସିଆ ଗ୍ରାମ ନିକଟରୁ ମୁକ୍ତିକାନ୍ତ ଯେନା ଓ ମନୋଜ କୁମାର ଦେହୁରୀଙ୍କୁ ଗିରଫ କରାଯାଇଛି l ଏଥିରେ ଏକ ବାଇକ ମଧ୍ୟ ଜବଦ କରା ଯାଇଛି। ଜବତ ଦେଶୀ ରନ୍ଧା ମଦ ଓ ମହୁଲ ପୋଚର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଉକ୍ତ ଚଢ଼ାଉରେ ହାଟଡିହି ସହ ଉପ-ନିରୀକ୍ଷକ ସୁଶାନ୍ତ ରାଉତ,  ଆରତୀ ବେହେରା କନେଷ୍ଟବଳ ସୁରେଶ ବେହେରା ପ୍ରମୁଖ ସାମିଲ ଥିଲେ । ଏନେଇ ହାଟଡିହି ଅବକାରୀ ଥାନା ପକ୍ଷରୁ ୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ