ଖବର ପ୍ରକାଶନ ପରେ ପଡ଼ିଲା ପ୍ରଭାବ: ପାରଳା ରେଳଷ୍ଟେସନରେ ଲାଗିଲା ନୂତନ ଜାତୀୟ ପତାକା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସହରର ରେଳଷ୍ଟେସନରେ ରଙ୍ଗ ବିହୀନ ପୁରୁଣା ଚିରା ଜାତୀୟ ପତାକା ଉଡୁଥିବା ନେଇ ଆମ ଖବର କାଗଜ ସମେତ ଅନ୍ୟାନ୍ୟ କେତେକ ଖବର କାଗଜରେ ଜାତୀୟ ପତାକାକୁ ଅସମ୍ମାନ ଶିରୋନାମାରେ ଖବର ପ୍ରକାଶ ପାଇଥିଲା. ଏହି ଖବର ପ୍ରକାଶନ ପରେ ରେଳବିଭାଗ କର୍ମକର୍ତ୍ତାଙ୍କ ନିଦ ଭାଙ୍ଗିଥିଲା. ଯାହାକି ରେଳ ବିଭାଗ ପକ୍ଷରୁ ପୁରୁଣା ହୋଇ ଯାଇଥିବା ରଙ୍ଗହୀନ ଚିରା ପତାକାକୁ ବଦଳା ଯାଇ ସେହି ସ୍ଥାନରେ ନୂତନ ଜାତୀୟ ପତାକା ଲଗା ଯାଇଥିବା ଦେଖା ଦେଇଛି। ଖବର ପ୍ରକାଶନ ପରେ ହେଲେ ମଧ୍ୟ ଡେରିରେ ଜାତୀୟ ପତାକାକୁ ସମ୍ମାନ ଜଣାଇ ରେଳବିଭାଗ କର୍ତ୍ତୃପକ୍ଷ ପୁରୁଣାକୁ ବାହାର କରି ନୂଆ ଜାତୀୟ ପତାକାକୁ ସ୍ଥାପନ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


