ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା): ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ, ବାଲେଶ୍ୱର ଜିଲ୍ଲା ବିଶ୍ରାମାଗାର ଗୃହରେ ଜିଲ୍ଲା ସଂଘ କାର୍ଯ୍ୟନିର୍ବାହୀ ସମିତି ବୈଠକ ସହିତ ଜିଲ୍ଲା ସଂଘ ଓ ଜିଲ୍ଲାର ଶାଖା ସଂଘମାନଙ୍କର କର୍ମକର୍ତ୍ତାଙ୍କୁ ନେଇ ଏକ ସମନ୍ୱୟ ବୈଠକ ଜିଲ୍ଲା ସଭାପତି ଇଂ. ବନମାଳୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ଓ ଧୂପ ପ୍ରଦାନ ପୂର୍ବକ ବୈଠକର ଶୁଭାରମ୍ଭ ହୋଇଥିଲା। ଦିବଂଗତ ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ମନ୍ତ୍ରୀ ଅନନ୍ତ ଦାସ ଓ ଅନ୍ୟତମ ସଦସ୍ୟ ଇଂ. ଭୂପତି ଚରଣ ଗିରିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସାଧାରଣ ସମ୍ପାଦକ ଦାମୋଦର ନାୟକ ଗତ ଅଧିବେଶନର ବିବରଣୀ ପାଠ ଓ ଅର୍ଥ ସମ୍ପାଦକ ଯୁଧିଷ୍ଠିର ନନ୍ଦ ଗତ ମାସର ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ସଭାପତି ସମସ୍ତଙ୍କୁ ବୈଠକକୁ ସ୍ୱାଗତ କରିବା ସହିତ ନିଜର ମତବ୍ୟକ୍ତ କରିବାକୁ ଅନୁରୋଧ କରିଥିଲେ। ଆଜିର ମିଳିତ ସମନ୍ୱୟ ବୈଠକର ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ଦେଇ ଉପସଭାପତି ସୁଦର୍ଶନ ଦାସ ବର୍ତ୍ତମାନ ରାଜ୍ୟ ସଂଘ, ମହାସଂଘର ସ୍ଥିତି, କାର୍ଯ୍ୟପ୍ରଣାଳୀ, ଆଭିମୁଖ୍ୟ ସମ୍ପର୍କରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ସହିତ ଜିଲ୍ଲାର ଶାଖା ସଂଘ ସଭାପତି ଓ ସମ୍ପାଦକମାନେ ଜିଲ୍ଲା ସଂଘ କାର୍ଯ୍ୟକାରିଣୀ ସଭାର ଏକ୍ସ-ଅଫିସିଓ ସଦସ୍ୟ ହୋଇଥିବାରୁ ଜିଲ୍ଲା ସଂଘ କାର୍ଯ୍ୟକାରିଣୀ ସଭାର ପ୍ରତ୍ୟେକ ବୈଠକରେ ଯୋଗଦେଇ ଗଠନମୂଳକ ପ୍ରସ୍ତାବ ଦେଇପାରିବେ ବୋଲି କହିଥିଲେ। ଅନ୍ୟତମ ଉପସଭାପତି ଦେବେନ୍ଦ୍ରନାଥ ଚୌଧୁରୀ ଓ ବାସନ୍ତୀ ପାଣି ଶାଖା ସଂଘ ଓ ଜିଲ୍ଲା ସଂଘ ମଧ୍ୟରେ ସମନ୍ୱୟ ରହିଲେ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ସମସ୍ୟାଗୁଡ଼ିକ ଆଲୋଚନା ପୂର୍ବକ ସମାଧାନ ନିମିତ୍ତ ବିଭାଗୀୟ କର୍ତ୍ତୃପକ୍ଷ ଓ ସରକାରଙ୍କଠାରେ ଦୃଢ଼ ଦାବି ଉପସ୍ଥାପନ କରାଯାଇପାରିବ ବୋଲି ମତ ଦେଇଥିଲେ।
ବୈଠକରେ ଯୋଗଦେଇଥିବା ପ୍ରତ୍ୟେକ ଶାଖା ସଂଘର ସଭାପତି, ସମ୍ପାଦକ ଓ ଅନ୍ୟ କର୍ମକର୍ତ୍ତାମାନେ ଜିଲ୍ଲାସଂଘ ଓ ଶାଖା ସଂଘ ମଧ୍ୟରେ ସମନ୍ୱୟ ରକ୍ଷାପାଇଁ ଜିଲ୍ଲାସଂଘର ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏହା ଅତ୍ୟନ୍ତ ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ। ଖଇରା ଶାଖାରୁ ମହେନ୍ଦ୍ର ପ୍ରସାଦ କବି, ଅଭିମନ୍ୟୁ ନାୟକ, ଭୋଗରାଇରୁ ଡ. ନବକୃଷ୍ଣ ଦେ, ଉତ୍ତର ଭୋଗରାଇରୁ ରାଧାନାଥଦାସ, ସରୋଜ କୁମାର ମହାନ୍ତି, ଜଳେଶ୍ୱରରୁ ଖଗେନ୍ଦ୍ର ସାହୁ, କପିଳେଶ୍ୱର ମହାନ୍ତି, ସିମୁଳିଆରୁ ଅର୍ଜ୍ଜୁନ ଚରଣ ଜେନା, ଶରତ ଚନ୍ଦ୍ର ବାରିକ, ବସ୍ତାରୁ କୁମୁଦ ରଞ୍ଜନ ଗିରି, ନୀଳଗିରିରୁ ମାୟାଧର ମହାନ୍ତି, ନିରଞ୍ଜନ ପାଢ଼ୀ, ବ୍ରହ୍ମପୁରରୁ ରବିନାରାୟଣ ଚୌଧୁରୀ, ପ୍ରଫୁଲ୍ଲ କୁମାର ରାଉତ ଓ ବାଲିଆପାଳରୁ ଶ୍ରୀକାନ୍ତ ଜେନା ପେନସନଭୋଗୀମାନଙ୍କ ସମସ୍ୟା ସମ୍ବଳିତ ବିଭିନ୍ନ ଦାବି ଉପସ୍ଥାପନ କରିବା ସହିତ ଐକ୍ୟବଦ୍ଧ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଥିଲେ। ସମନ୍ୱୟ ବୈଠକ ତ୍ରୈମାସିକ କରିବାକୁ ପ୍ରସ୍ତାବ ଦେଇଥିଲେ। ସାଧାରଣ ସମ୍ପାଦକ ଦାମୋଦର ନାୟକ ସମସ୍ତଙ୍କର ସୁଚିନ୍ତିତ ମତକୁ ସମ୍ମାନ ଜଣାଇ ଜିଲ୍ଲାସଂଘ ଦ୍ୱାରା ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ମାସିକ ଚିକିତ୍ସା ଭତ୍ତା ପ୍ରଦାନ, ଅତିରିକ୍ତ ପେନସନ୍ ୮୦ ବର୍ଷ ପରିବର୍ତ୍ତେ ୬୫ ବର୍ଷରେ ଆରମ୍ଭ କରି ୫% ହାରରେ ପ୍ରତି ପାଞ୍ଚବର୍ଷରେ ପ୍ରଦାନ, କମ୍ୟୁଟେସନ୍ ପେନସନ୍‌ର ପରିଶୋଧର ଅବଧି ୧୦ବର୍ଷକୁ ହ୍ରାସ, ପେନସନ୍‌ରମାନଙ୍କ ଯାତାୟତରେ ରିହାତି, କରୋନା ସମୟରେ ୧୮ ମାସର ବର୍ଦ୍ଧିତ ମହଙ୍ଗାଭତ୍ତା ବକେୟା ପ୍ରଦାନ, ଅବସରପ୍ରପା୍‌ତ କର୍ମଚାରୀମାନଙ୍କୁ ପରିଚୟପତ୍ର ପ୍ରଦାନ, ଚିକିତ୍ସାଳୟ ଓ ବ୍ୟାଙ୍କମାନଙ୍କରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା, ଏନ୍‌ପିଏସ୍ / ୟୁପିଏସ୍ ବଦଳରେ ପୁରୁଣା ପେନସନ୍ ଲାଗୁ ଓ ସାଧାରଣ ଅଭିଯୋଗଓ ପେନ୍‌ସନ୍ ବିଭାଗ ପୁନଃସ୍ଥାପନ ଆଦି ୯ଟି ଦାବି ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିôା ସୂଚନା ଦେଇଥିଲେ। ବରିଷ୍ଠମାନଙ୍କୁ ପରିଚୟପତ୍ର ଦେବା ଦାବିରେ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଆଲୋଚନା କରାଯାଇଥିବା ଓ ଶୀଘ୍ର ଏଥିନିମନ୍ତେ ପଦକ୍ଷେପ ନେବାକୁ ତାଙ୍କର ପ୍ରତିଶ୍ରୁତି ପ୍ରଦାନ କଥା ସେ କହିଥିଲେ। ଯୁଗ୍ମ ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି ଉକ୍ତ ଦାବିପତ୍ର ସମସ୍ତଙ୍କ ଗୋଚରାର୍ଥେ ପାଠ କରିଥିଲେ ଓ ସମସ୍ତେ ଏହାକୁ ଦୃଢ଼ଭାବେ ସମର୍ଥନ କରିଥିଲେ।
କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ସାହୁ, ଯୁଗ୍ମ ସମ୍ପାଦିକା ସାବିତ୍ରୀ ଦାସ, ସାଂସ୍କୃତିକ ସମ୍ପାଦକ ଭାଗବତ ଦଳାଇ, ସଦସ୍ୟ ଅଜୟ କୁମାର ନାୟକ ପ୍ରମୁଖ ଶାଖା ସଂଘ ବଳିଷ୍ଠ ହେଲେ ଜିଲ୍ଲା ସଂଘ ବଳିଷ୍ଠ ହେବ ବୋଲି ମତ ଦେବା ସହିତ ସମସ୍ତଙ୍କର ସମନ୍ୱୟ ହିଁ ସଫଳତା ଆଣିଦେବ ବୋଲି କହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଭବେଶ ଚନ୍ଦ୍ର ପଣ୍ଡା, ଜ୍ୟୋତ୍ସ୍ନା ରାୟ, ଗୀତାଞ୍ଜଳି ଶତପଥୀ, ରବିନାରାୟଣ ବେହେରା, ପ୍ରଣୀତା ମିଶ୍ର, ସଞ୍ଜୟ ପଣ୍ଡା (ଖ), ଡ. କ୍ଷିତୀଶ୍ୱର ଦାଶ, ନିଆସି ଚରଣ ଜେନା, ଦିଲ୍ଲୀପ ଚକ୍ରବର୍ତ୍ତୀ, କ୍ଷେତ୍ରମୋହନ ନାୟକ ଓ ପୁରୁଷୋତ୍ତମ ବେହେରାପ୍ରମୁଖ ସହଯୋଗ କରିଥିଲେ। ସଂଗଠନ ସମ୍ପାଦକ ସଞ୍ଜୟ କୁମାର ପଣ୍ଡା ଶାଖା ସଂଘମାନଙ୍କର କର୍ମକର୍ତ୍ତା ଓ ଜିଲ୍ଲାସଂଘର କର୍ମକର୍ତ୍ତାମାନଙ୍କର ମିଳିତ ବୈଠକ ସଫଳତା ଆଣିଦେବ ବୋଲି ଆଶା ବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ