ଆସିକାରେ ପ୍ରଜାପିତା ବ୍ରହ୍ମାବାବାଙ୍କ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ

ଆସିକା (ୱାଇଏନ୍‍ଏସ୍‍) : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତିଶକ୍ତି ଭବନ ପରିସରରେ ରବିବାର ଯଜ୍ଞପିତା ବ୍ରହ୍ମାବାବାଙ୍କ ୫୭ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହୋଇଯାଇଛି। ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତିଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ପ୍ରଭାତୀ ଭଉଣୀଙ୍କ ସଂଯୋଜନାରେ ଅନୁଷ୍ଟିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶେରଗଡ ସ୍ଥିତ ବିଜୁ ପଟ୍ଟନାୟକ ଇଂରାଜୀ ମିଡିୟମ୍‍ ସ୍କୁଲ ଓ ଶ୍ରୀ ତ୍ରିନାଥ ହାୟର୍‍ ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଗୌରହରି ବିଷୋୟୀ ଏବଂ ଆଧ୍ୟାତ୍ମିକପ୍ରେମୀ ସୁନିତା ବିଷୋୟୀ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଶାନ୍ତି ଓ ସ୍ନେହର ପ୍ରତିମୂର୍ତ୍ତୀ ପିତାଶ୍ରୀ ବ୍ରହ୍ମାବାବାଙ୍କ ସ୍ମୃତି ଚାରଣ କରିଥିଲେ। ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତିଶକ୍ତି ଭବନ ସଂଚାଳିକା ରାଜ ଯୋଗିନୀ ପ୍ରଭାତୀ ଭଉଣୀ ବ୍ରହ୍ମାବାବାଙ୍କ ତ୍ୟାଗ ଓ ତପସ୍ୟାର ସୌଧ ସାରା ବିଶ୍ୱରେ ୧୪୦ଟି ଦେଶରେ ଦଶହଜାରରୁ ଉର୍ଦ୍ଧ୍ୱ ସେବା କେନ୍ଦ୍ର ଓ ଉପସେବା କେନ୍ଦ୍ର ଓ ଗୀତା ପାଠଶାଳା ସ୍ଥାପିତ ହୋଇ ପରମାତ୍ମାଙ୍କ ସର୍ବଶ୍ରେଷ୍ଟ ପ୍ରସାଦ ମାନବ ସମାଜକୁ ସହଜ ରାଜ ଯୋଗର ଆଧାରରେ ସୁଖ ଶାନ୍ତି ପ୍ରଦାନ କରିବା ବିଷୟ ବର୍ଣ୍ଣନା କରିଥିଲେ। ବ୍ରହ୍ମାକୁମାର ସତ୍ୟପ୍ରିୟ ଏହି କାର୍ଯ୍ୟକୁ ପରିଚାଳନା କରିବା ସହିତ ଅତିଥି ସତ୍କାର ଓ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଜାପିତା ବ୍ରହ୍ମାବାବାଙ୍କ ଅବ୍ୟକ୍ତ ସ୍ମୃତିଦିବସ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ବ୍ରହ୍ମାକୁମାର ସତ୍ୟପ୍ରିୟ, ନିରଂଜନ, ପଞ୍ଚାୟତ୍ରୀ, କାଳୁ, ଲୋଚନ, ରାମେଶ୍ୱର, ଲଡୁକିଶୋର, ସରୋଜ, ଯୋଗୀ, ରୋହିତ, କାହ୍ନୁ, ବନମାଳୀ, ଚରଣ, ବଳରାମ, ମଙ୍ଗୁଳୁ, ବସନ୍ତ, ଲକ୍ଷ୍ମୀନାରାୟଣ, ନାଗେଶ୍ୱର, ସୁଦର୍ଶନ, ନିତ୍ୟାନନ୍ଦ, ସନ୍ତୋଷ, ମଦନ, ଦୁର୍ଗା, ବ୍ରହ୍ମାକୁମାରୀ ଭାଗ୍ୟଲକ୍ଷ୍ମୀ, ସୁଜ୍ଞାନୀ, ଜ୍ୟୋତି, ଆସିନା, ସ୍ମିତା, ନିଳିମା, ନର୍ମଦା ପ୍ରମୁଖ ସହଯୋଗ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଅବସରରେ ବ୍ରହ୍ମାକୁମାର ସତ୍ୟପ୍ରିୟଙ୍କ ସଂଯୋଜନାରେ ଅନୁଷ୍ଠିତ ରାଜଯୋଗ କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ସୁଜ୍ଞାନୀ ସହଜ ରାଜଯୋଗ ଅଭ୍ୟାସ କରାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ଆସିକା, କବିସୂର୍ଯ୍ୟନଗର, ଧରାକୋଟ, ପାଟପୁର, ଗହଙ୍ଗୁ, ପିତଳ, ହାତୀଓଟ, ବାଲିସିରା, କେନ୍ଦୁପଦର, ନୁଆଗାଁ, ଭେଟନଇ, ଭେଜିପୁଟ, ଆମ୍ବପୁଆ ତଥା ଏହାର ଆଖପାଖ ଅଞ୍ଚଳରୁ ବହୁ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରଜାପିତା ବ୍ରହ୍ମାବାବାଙ୍କ ୫୭ତମ ଅବ୍ୟକ୍ତ ସ୍ମୃତିଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଜ୍ଞାପନ ସାଙ୍ଗକୁ ଜୀବନାଦର୍ଶ ଉପରେ ଆଲୋକପାତ କରାଯାଇଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ