ଜମ୍ଭୀରାରେ ଗୁଣ୍ଡିଚା ମନ୍ଦିରର ପ୍ରତିଷ୍ଠା ଉତ୍ସବ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଜମ୍ଭୀରା ଗ୍ରାମରେ  ଗୁଣ୍ଡିଚା ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ତିନିଦିନ ଧରି ଚାଲିଥିବା ଏହି ପ୍ରତିଷ୍ଠା ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି। ଗ୍ରାମରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଥିବାବେଳେ ଗୁଣ୍ଡିଚା ମନ୍ଦିର ନଥିବାରୁ ରଥ ଯାତ୍ରା ହୋଇପାରୁ ନଥିଲା। ଗ୍ରାମର ଅତୁଲ ଚରଣ ସାହୁଙ୍କ ଉଦ୍ୟମରେ ଗ୍ରାମବାସୀଙ୍କ ସହଯୋଗରେ ଗାଁ ମୁଣ୍ଡରେ ଏକ ଭବ୍ୟ ମା ଶ୍ରୀ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଯାଇ ପାରିଛି। ଏହାର ପ୍ରତିଷ୍ଠା ଉତ୍ସବ ପାଇଁ ଗାଁ ର ଚଞ୍ଚାଣ ପୋଖରୀରୁ ୧୦୮ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ପୂଜା ମଣ୍ଡପରେ ସ୍ଥାପନ କରାଯାଇ ପଣ୍ଡିତ ସୁରେନ୍ଦ୍ର ଦାଶ, ଅକ୍ଷୟ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ବଳରାମ ପଣ୍ଡା, ମନମୋହନ କର, ଲାଲ ମୋହନ କର ଙ୍କ ଦ୍ୱାରା ବେଦ ମନ୍ତ୍ରରେ ହୋମ ଯଜ୍ଞ ଓ ପୂଜାର୍ଚନା କରାଯାଇଥିଲା। ଅତୁଲ ଚରଣ ସାହୁ, ସୁଶୀଳା ସାହୁ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ। ଗ୍ରହବିପ୍ର ବଳରାମ ନାୟକ, ନାପିତ ଅନାମ ଚରଣ ବାରିକ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ। ଆଜି ଅପରାହ୍ନରେ ମନ୍ଦିର ପ୍ରତିଷ୍ଠା କରାଯାଇ ପୂର୍ଣ୍ଣାହୁତୀ ପ୍ରଦାନ କରାଯାଇ ଥିଲା। ପ୍ରଣବ ସାହୁ, ଶୁଭଲକ୍ଷ୍ମୀ ସାହୁ, ପ୍ରମୋଦ ସାହୁ, ଶୁଭ୍ରା ସାହୁ, ବିଜୟ କୁମାର ସାହୁ, ସତ୍ୟବ୍ରତ ଖୁଣ୍ଟିଆ, ବିଜୟ ରାଉତ, ପ୍ରଦୀପ ସ୍ୱାଇଁ, ଅନାଦି ଚରଣ ରାଉତ, ଦିଲ୍ଲୀପ ଘଡେଇ, ରବୀନ୍ଦ୍ର ମଲ୍ଲିକ, ସୂର୍ଯ୍ୟମଣୀ ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ