ନୂତନ ଚର୍ଚ୍ଚ ଗୃହ ଉଦଘାଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଅନ୍ତର୍ଗତ ତୋରଭା ପଞ୍ଚାୟତ ଅନ୍ତର୍ଗତ ଲିଙ୍ଗା ଗ୍ରାମରେ ଆଦିବାସୀ ସୌରା ବାପଟିଷ୍ଟ ଚର୍ଚ୍ଚର ପ୍ଲାଟିନମ ଯୁବଲି ଓ ନୂତନ ଚର୍ଚ୍ଚ ଗୃହ ଉଦଘାଟନ ହୋଇଯାଇଛି।ଏହି ଉଦଘାଟନ ଓ ପ୍ଲାଟିନମ ଯୁବଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଈ-ରୂପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ।ମଣ୍ଡଳୀର କର୍ମକର୍ତ୍ତା ମାନେ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।କାର୍ଯ୍ୟକ୍ରମରେ ଆଦିବାସୀ ଖ୍ରୀଷ୍ଟିୟାନ ଧର୍ମର ଚାଳକ,ପାଳକଟିକନ ଓ ଆଚାର୍ଯ୍ୟ ପିରଟ ଶବର,ଏସ ଶବର,ଅଶରୀୟ କାର୍ଜି,ତୁରେମନ ଗମାଙ୍ଗ ଯୋଗ ଦେଇଥିଲେ।ଆଚାର୍ଯ୍ୟ ବା ପାଳକ ତୁରେମନ ଗମାଙ୍ଗ ଏହି ନୂତନ ଚର୍ଚ୍ଚ ଗୃହକୁ ଉଦଘାଟନ କରିଥିଲେ।ଏହି ଉଦଘାଟନୀ ସଭାରେ ଯୋଗ ଦେଇ ଆଦିବାସୀ ଖ୍ରୀଷ୍ଟିୟାନ ସମାଜ ପାଇଁ ପ୍ରାର୍ଥନା ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେ ବିଧାୟକ।ସେହିପରି ଆଦିବାସୀ ଖ୍ରୀଷ୍ଟିଆନ ପ୍ଲାଟିନମ ଯୁବଲି ଓ ନୂତନ ଚର୍ଚ୍ଚ ଉଦଘାଟନ କାର୍ଯ୍ୟକ୍ରମରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିବାରୁ ମଣ୍ଡଳୀର କାର୍ଯ୍ୟକର୍ତା ମାନେ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ