ଗୋପାଳଜୀ ମନ୍ଦିର ପରିସରରେ ପ୍ରସାଦ ମଣ୍ଡପର ଶୁଭାରମ୍ଭ

ବଲାଙ୍ଗୀର (ଓ୍ବାଇଏନଏସ): ଦେବୋତ୍ତର ବିଭାଗ ଅଧିନସ୍ଥ  ବହୁ ପୁରାତନ ଓ ପ୍ରତିଷ୍ଠିତ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ନୂତନ ନିର୍ମିତ ହୋଇଥିବା ଭୋଗ ମଣ୍ଡପରେ ପ୍ରସାଦ ବିକ୍ରୟର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ପୌରାଧ୍ୟକ୍ଷା ଲିକା ସାହୁ ଉଦ୍‌ଘାଟନ କରିଥିବା ବେଳେ ଜିଲ୍ଲା ପ୍ରଶାସନ ଏଡିଏମ୍ ପବିତ୍ର ବେହେରା, ଉପଜିଲ୍ଲାପାଳ ଆଲୋକ ରଂଜନ ପଟେଲ, ଅତିରିକ୍ତ ଆରକ୍ଷି ଅଧିକାରୀ ଗୁଣନିଧି ମଲ୍ଲିକ, ସଂସ୍କୃତ ଅଧ୍ୟାପକ ସୁରେଶ ଚନ୍ଦ୍ର ଷଡଙ୍ଗି, ଦେବାଳୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ର, ଦେବୋତ୍ତର ମେନେଜର ସୁଧିର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବ୍ୟବସ୍ଥାକୁ ଶ୍ରୀ ରାଧାବଲ୍ଲଭ ସେବା ସମିତି ଦ୍ୱାରା ପରିଚାଳିତ କରାଯାଇଥିଲା । ବହୁ ସଦସ୍ୟ ସକ୍ରିୟ, ନିଷ୍ଠା ଓ ଭକ୍ତି ର ସହିତ ସେବା କରିଥିଲେ । ସମସ୍ତଙ୍କ ନିସ୍ୱାର୍ଥ ସେବାରେ ଖୁସି ହୋଇ ଉପସ୍ଥିତ ଭକ୍ତଙ୍କୁ ମହାରାଜମାନେ ଆଶିର୍ବାଦ ପ୍ରଦାନ କରିଥିଲେ । ଏହି ସେବା କାର୍ଯ୍ୟରେ ସମିତିର ମୁଖ୍ୟ ସଦସ୍ୟ ସର୍ବେଶ୍ୱର ଦାଶ, ହିତେଶ କଲତା, ବିଭୁତି ମିଶ୍ର, ସୁମିତ ମିଶ୍ର, ଭୋଜରାଜ ଦାଶ, ପ୍ରିୟବ୍ରତ ମିଶ୍ର, ଦୁଲାଲ ପ୍ରଭୁଜୀ ଙ୍କ ମିଳିତ ପ୍ରୟାସ ଓ ସେବାରେ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣ ପୁଲକିତ ହୋଇ ଉଠିଥିଲା । ପ୍ରଥମ ଦିନରେ ୫୦୦ ରୁ ଉର୍ଦ୍ଧ୍ୱ ଭକ୍ତଙ୍କ ପାଇଁ ମାଗଣାରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଗୋପଳଜୀଙ୍କ କୃପାରେ ଏହି ସେବା ଆହୁରି ବିସ୍ତାର ଲାଭ କରୁ ଏବଂ ଅନେକ ଭକ୍ତ ପାଇଁ ପ୍ରସାଦ ପ୍ରତ୍ୟହ ବିକ୍ରୟ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ