ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ଟିସି ପ୍ରଦାନ ଘଟଣା, ମା” ଆବେଦନ କରି ଟିସି ନେଇଛି-ପ୍ରଧାନ ଶିକ୍ଷକ

ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ଜାଗୁଳାଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ରୀ ପାର୍ବତୀ ବେହେରାଙ୍କୁ ଜୋର ଜବରଦସ୍ତି (ଟିସି) ଦେଇ ସ୍କୁଲରୁ ବିଦା କରିବାରୁ ୧ମାସ ହେଲା ପାଠପଢ଼ାରୁ ବଞ୍ଚିତ ହୋଇଛି ଛାତ୍ରୀ। ସୂଚନା ଅନୁଯାୟୀ ଗତ ଅକ୍ଟୋବର ୮ ତାରିଖରେ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଟିସି ନଂ ୨୭/୨୦୨୬ରେ ପ୍ରଦାନ କରାଯାଇଛି। ଏଠି ପ୍ରଶ୍ନ ଉଠେ ଶିକ୍ଷା ଅଧିକାର ଆଇନ- ୨୦୦୯ରେ ପ୍ରକାଶ ଅନୁଯାୟୀ ୬ରୁ ୧୪ ବର୍ଷ ବୟସର ପ୍ରତ୍ୟେକ ଶିଶୁଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା ରହିଛି। ଏଥିସହ ପ୍ରାଥମିକ ଶିକ୍ଷା ସମାପ୍ତ ହେବା ପୂର୍ବରୁ ଶିଶୁଙ୍କୁ ବିଦ୍ୟାଳୟରୁ ବହିଷ୍କାର କରିବା ଉପରେ ଆଇନଗତ କଟକଣା ରହିଛି ଏବଂ ବାଧ୍ୟତାମୂଳକ ଟିସି ଦେବା ନିୟମ ନାହିଁ ଏଭଳି ସ୍ଥିତିରେ ଜଣେ ଛୋଟ ଛାତ୍ରୀଙ୍କୁ କେଉଁ ପରିସ୍ଥିତିରେ ଟିସି ପ୍ରଦାନ କରାଗଲା। ତାହାର ତଦନ୍ତ ହେବାର ଆବଶ୍ୟକ ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇବା ସହିତ ଛାତ୍ରୀଙ୍କୁ ପୁନର୍ବାର ଉକ୍ତ ବିଦ୍ୟାଳୟରେ ପାଠ ପଢ଼ିବାକୁ ଦେବା ପାଇଁ ଅଭିଭାବକ ମହଲରେ ଦାବି କରିଛନ୍ତି। ତେବେ ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସେଠୀଙ୍କୁ ପଚାରିବାରୁ ଗତ ୮ ତାରିଖରେ ଛାତ୍ରୀଙ୍କ ମା” ଲକ୍ଷ୍ମୀପ୍ରିୟା ବେହେରା ନିଜ ଆଡୁ ବିଦ୍ୟାଳୟରୁ ଟିସି ନେବା ପାଇଁ ଲିଖିତ ଆବେଦନ କରି ସଙ୍ଗେ ସଙ୍ଗେ ଟିସି ପ୍ରଦାନ କରିବାକୁ ପ୍ରଧାନ ଶିକ୍ଷକଙ୍କୁ ବାଧ୍ୟ କରିଥିଲେ। ମା”ଲକ୍ଷ୍ମୀପ୍ରିୟା ବେହେରା ଟିସି ଗ୍ରହଣ କରିବା ସହ ଟିସି ରେଜିଷ୍ଟରରେ ଦସ୍ତଖତ କରିଛନ୍ତି ମଧ୍ୟ ଯାହାର ପ୍ରମାଣ ମହଜୁଦ ଅଛି ବୋଲି ପ୍ରଧାନ ଶିକ୍ଷକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଧାମନଗର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ସାହୁଙ୍କୁ ପଚାରିବାରୁ ଘଟଣା ବିଷୟରେ ମୁଁ ୨ ଦିନ ତଳେ ଅବଗତ ହୋଇଛି। ପ୍ରଧାନ ଶିକ୍ଷକଙ୍କୁ ଅଫିସ ଡକାଯାଇ ତଦନ୍ତ କରାଯିବା ପରେ ସତ୍ୟତା ପଦାକୁ ଆସିବ ତାପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ ଶ୍ରୀ ସାହୁ କହିଛନ୍ତି।(

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ