ଏନ୍‍ବିସି ମହାବିଦ୍ୟାଳୟରେ ଦୀକ୍ଷାଗ୍ରହଣ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ଆଜିର ଛାତ୍ର କାଲିର ଭବିଷ୍ୟତ, ଛାତ୍ର ଜୀବନରୁ ବିଦ୍ୟାର୍ଥୀଙ୍କୁ ଉତ୍ତମ ଚରିତ୍ର ଗଠନ ସାଙ୍ଗକୁ ନେତୃତ୍ୱ ନେବାର ମାର୍ଗଦର୍ଶନ ଓ ଶୃଙ୍ଖଳା ପ୍ରଦାନ ଦିଗରେ ଯୁବ ରେଡକ୍ରସର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ମତବ୍ୟକ୍ତ କରିଥିବା ଦେଖିବାକୁ ମିଳିଛିି । ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟଶାଖାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟରେ ନୂତନ ଭାବେ ଯୋଗଦେଇଥିବା ସ୍ୱେଚ୍ଛାସେବୀମାନଙ୍କ ଉଦ୍ଦେଶ୍ୟରେ ଏକ ଦୀକ୍ଷା ଗ୍ରହଣ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ଯୁବ ରେଡକ୍ରସର ସଂଯୋଜକ ଅଧ୍ୟାପକ ଡଃ କୁନା ସୁନା ଓ ସହ ସଂଯୋଜିକା ଅଧ୍ୟାପିକା ଶୁଭଶ୍ରୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ଓ ସାଧନ ଅଧିକାରୀ ଭାବେ ଝାରସୁଗୁଡା ଜିଲ୍ଲା ସ୍ଥିତ ବ୍ରଜରାଜନଗର ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡଃ ହରିଶଙ୍କର ପାଣ୍ଡେ ଯୋଗଦେଇ ଯୁବ ରେଡକ୍ରସର ଗୌରବମୟ ଇତିହାସ, ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ସ୍ୱେଚ୍ଛାସେବୀମାନେ ସେବା ମନୋଭାବ ନେଇ ଦୀନ, ଦୁଃଖୀ ଓ ପିଡିତମାନଙ୍କୁ ସଦାସର୍ବଦା ସେବା କରିବାକୁ ଆହ୍ୱାନ କରିବା ସାଙ୍ଗକୁ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବନ୍ଧୁତ୍ୱ ଓ ସେବା ମନୋବୃତ୍ତି ସୃଷ୍ଟି କରି ସଫଳ ନାଗରିକ ହେବାରେ ଯୁବ ରେଡକ୍ରସ ମାର୍ଗଦର୍ଶନ କରିବା ସହ ବିଦ୍ୟାର୍ଥୀଙ୍କୁ ଶୃଙ୍ଖଳା ଜ୍ଞାନର ଶିକ୍ଷା ଦେବାରେ ବିଶେଷ ସହାୟକ ହୋଇଥାଏ । ତେଣୁ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀମାନେ ଅଧ୍ୟୟନ ସହ ନିଜକୁ ସ୍ୱତନ୍ତ୍ର ଭାବେ ଗଢିତୋଳି ଜୀବନରେ ସଫଳତା ପାଇବା ପାଇଁ ନିଷ୍ଠା ଓ ତ୍ୟାଗର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଦୀକ୍ଷାଗ୍ରହଣ ଓ ଶପଥପାଠ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅଭିଷେକ ବେହେରା, ରୁଦ୍ରମାଧବ ମହାନ୍ତି, ପ୍ରଫୁଲ କାଣ୍ଡଗୋରୀ, ବିକାଶ ଦିଗଲ, ଆଲୋକ ପ୍ରଧାନ, ଉପେନ୍ଦ୍ର ମାଝୀ, ଡଃ ଜୀବନକୃଷ୍ଣ ଦାଶ, ଅଜିତ୍‍ କୁମାର ପଟ୍ଟନାୟକ, ଅଜିତ୍‍ କୁମାର ମହାପାତ୍ର, ଅଜିତ୍‍ କୁମାର ମୁଖୀ, ଉଦିତ୍‍ ନାରାୟଣ ଦାଶ, ରଘୁନାଥ ପ୍ରଧାନ, ସଚ୍ଚିନ୍‍ ଜେନା, ଅଧ୍ୟାପିକା ସ୍ୱପ୍ନାରାଣୀ ପଟ୍ଟନାୟକ, ସୁଶ୍ରୀ ସଙ୍ଗୀତା ପଟ୍ଟନାୟକ, ସୁଶ୍ରୀ ଅର୍ପିତା ପ୍ରିୟଦର୍ଶିନୀ, ସୁଶ୍ରୀ ଜସ୍ମିନି କୁମାରୀ ନାୟକ, ସୁଶ୍ରୀ କିରଣ ଡାକୁଆ, ସୁଶ୍ରୀ ସୁଜାତା ଟେଟେ, ସୁଶ୍ରୀ ରାଜେଶ୍ୱରୀ ରଥ, ସୁଶ୍ରୀ କେ.ସ୍ମିତା ପାତ୍ର, ସୁଶ୍ରୀ ସୁଚିସ୍ମିତା ପଟ୍ଟନାୟକ, ସୁଶ୍ରୀ ଶୁଭଶ୍ରୀ ସାହୁ, ସୁଶ୍ରୀ ଯାଜ୍ଞସେନୀ ପ୍ରଧାନଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ବିଦ୍ୟାର୍ଥୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଚଳିତ ୨୦୨୫-୨୬ ଶିକ୍ଷାବର୍ଷରେ ନିମିନା ବୃôନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟରେ ନୂତନ ଭାବେ ଯୋଗଦେଇଥିବା ସ୍ୱେଚ୍ଛାସେବୀ ଓ ସ୍ୱେଚ୍ଛାସେବିନୀମାନେ ଏହି ଅବସରରେ ଏକ ଶପଥପାଠ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ