ଦକ୍ଷିଣାଞ୍ଚଳ ଆରଡିସିଙ୍କ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିରୀକ୍ଷଣ
ଛତ୍ରପୁର,(ଓ୍ବାଇଏନଏସ): ଦକ୍ଷିଣାଞ୍ଚଳ ଆର. ଡି. ସି ସଂଗ୍ରାମ କେଶରୀ ମହାପାତ୍ର ଶନିବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିରୀକ୍ଷଣ କରିଛନ୍ତି l ଜିଲ୍ଲାପାଳ ଙ୍କ ନିଜସ୍ୱ ପ୍ରକୋଷ୍ଠ ରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା ଏବଂ ସୁନିଲ କୁମାର କେର୍କଟାଙ୍କ ଉପସ୍ଥିତ ରେ ବିଭିନ୍ନ ବିଭାଗ ର କାର୍ଯ୍ୟ ଗୁଡିକ ଟିକନୀଖ ଯାଞ୍ଚ କରିଛନ୍ତି l ଏସ ଆଇ ଆର କାର୍ଯ୍ୟ, ରାଜସ୍ୱ ଆଦାୟ, ରାସନ ବଣ୍ଟନ,”ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ” ଯୋଗାଣ, ଡିଏସଡବ୍ଲୁ , ୱେଲଫର, ଡ଼ିଏସଓଓ , ଜି ଏନ ଏମ, ଜୁଡ଼ିସୀଆଲ, ଡ଼ିଏସଓ, ଶ୍ରମ, ସଂସ୍କୃତି ବିଭାଗ ଠାରୁ ଆରମ୍ଭ କରି ସମସ୍ତ ବିଭାଗର ତଦାରଖ କରିଛନ୍ତି l ସରକାରୀ ଯୋଜନା ଗୁଡିକ ର ସଠିକ ଭାବେ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଉଛି କି ନାହିଁ l ଡିଜିଟାଲ କାମ ବା ଓସ୍ବାସ ଲାଗୁ ଓ କାଗଜ ବିହୀନ କାର୍ଯ୍ୟ ର ଯାଞ୍ଚ ମଧ୍ୟ ଆର. ଡି. ସି କରିଛନ୍ତି l ଏହା ସହିତ ଜନ ସାଧାରଣ ଙ୍କ ଅଭିଯୋଗ ଗୁଡିକ ସମାଧାନ ହେଉଛି କି ନାହିଁ ଏବଂ କେଉଁ କାମ ରେ ବିଳମ୍ବ ହେଉଛି ତାହାର ତୁରନ୍ତ ସମାଧାନ ଦିଗ ରେ କାର୍ଯ୍ୟ କରିବାକୁ କୁହାଯାଇଛି l


