ଗଣେଶ ପୂଜା ମହୋତ୍ସବ ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) :ଦିଗପହଣ୍ଡି ବଜାର ସାହି ପୂଜା କମିଟି ପକ୍ଷରୁ ୪୫ ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ରବିବାର ବଜାର ଗାନ୍ଧୀଛକ ସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପ ରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।ପଣ୍ଡିତ ରଞ୍ଜନ କୁମାର ତ୍ରିପାଠୀଙ୍କ ପୌରହିତ୍ଯରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା।ଏହି ସମୟରେ ପୂଜା କମିଟି କର୍ମକର୍ତ୍ତା ଓ ସହରର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ।ପୂର୍ବରୁ ସ୍ଥାନୀୟ ଶ୍ରୀ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ପୂଜା ମହୋତ୍ସବ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କମିଟି ସଦସ୍ୟ ବିଚିତ୍ରାନନ୍ଦ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ବଜାର ସାହି ଗାନ୍ଧୀ ଛକଠାରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଗଣେଶ ପୂଜା ମହୋତ୍ସବ କୁ ଶାନ୍ତିଶୃଙ୍ଖଳା ଏବଂ ଆଡମ୍ବର ସହ ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗୃହୀତ ହୋଇ ପୂର୍ବ କମିଟିକୁ ଅପରିବର୍ତ୍ତିତ ରଖାଯିବାକୁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା ।ସେପ୍ଟେମ୍ବର ୧ ତାରିଖ ରେ ପୂଜା ମଣ୍ଡପ ନିକଟରେ ଓଡିଶାରେ ଚହଳ ସୃଷ୍ଟି କରିଥିବା “ରୁକସୁନା” ମେଲୋଡି ପରିବେଷଣ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ପୂଜା ମହୋତ୍ସବ ପରିଚାଳନା କମିଟିରେ ପ୍ରଦୀପ କୁମାର ପଣ୍ଡା , ନୀଳମାଧବ ଗୌଡ଼, ଶିବ ଶଙ୍କର ମହାଙ୍କୁଡ , ନରେନ୍ଦ୍ର ସାହୁ , ଲଲାଟେନ୍ଦୁ ପଧାନ , ଆଶିଷ ପଟ୍ଟନାୟକ , ରବିନ୍ଦ୍ର ମାର୍ଥା , ବାବୁ ଦାସ , କେ. ରାଜୁ, କୁନା ପାତ୍ର , ଅଶୋକ ନନ୍ଦ , ସୁଧାଂଶୁ ପାଣିଗ୍ରାହୀ , ବାରିକ ବେହେରା , ଜେ .ମିଟୁ ରାଓ , ଦେବେନ୍ଦ୍ର ଗୈାଡ , ରଞ୍ଜିତ ବେହେରା , ଦେବରାଜ ସାହୁ, ଓଡି . ଅରବିନ୍ଦ , କିରଣ ପାଢ଼ୀଙ୍କ ସମେତ ବହୁ ସଦସ୍ୟ ରହିଥିବା ଜଣାପଡିଛି ।


