ଆନ୍ତର୍ଜାତିକ ଗ୍ରାମାଞ୍ଚଳ ମହିଳା ଦିବସ ବୈଠକ
ଛତ୍ରପୁର, (ଓ୍ବାଇଏନଏସ) : ବୁଧବାର ଆନ୍ତର୍ଜାତିକ ଗ୍ରାମାଞ୍ଚଳ ମହିଳା ଦିବସ ଅବସରରେ ବାଂଲାଦେଶ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳ ମହିଳା ଉଦ୍ୟୋଗୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏସିଆ ମହାଦେଶର ୭ଟି ରାଷ୍ଟ୍ରର ମହିଳା ଉଦ୍ୟୋଗୀମାନେ ଆଭାସୀ ମାଧ୍ୟମରେ ଭାଗ ନେଇଥିବା ବେଳେ ଭାରତରୁ ୨ ଜଣ ମହିଳା ଉଦ୍ୟୋଗୀ ଭାଗ ନେଇଥିଲେ । ସେମାନେ ହେଲେ ଛତ୍ରପୁର ବ୍ଲକ୍ର ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ଏସ୍. ଜ୍ୟୋତି ରେଡ୍ଡୀ ଏବଂ ନରେନ୍ଦ୍ରପୁର ପଂଚାୟତ ର ନରେନ୍ଦ୍ରପୁର ଗ୍ରାମ ର ସଙ୍ଗୀତା ଦଳାଇ। ଏହି ୨ଜଣ ମହିଳା ଆଭାସୀ ମାଧ୍ୟମରେ ବାଂଲାଦେଶ ସରକାରଙ୍କ ମନ୍ତ୍ରୀଙ୍କ ଉପସ୍ଥିତିରେ ସେମାନଙ୍କ ଉଦ୍ୟୋଗଜନିତ ସଫଳତା ଉପରେ କହିଥିଲେ । ସଙ୍ଗୀତା ଦଳାଇ ପ୍ରଥମେ ୪୦ ହଜାର ଟଙ୍କା ଋଣ ନେଇଥିଲେ। ୧୦ଟି ଗାଈ ରଖିବା ସହ ପରବର୍ତ୍ତୀ ମୁହୂର୍ତ୍ତରେ ସେ ସିଆଇଏଫ୍ ଋଣ ବାବଦରେ ୧ ଲକ୍ଷ ଟଙ୍କା ନେଇଥିଲେ। ବାର୍ଷିକ ୨ ଲକ୍ଷ ଆଦାୟ କରି ବେଶ୍ ସଫଳତା ପାଇଛନ୍ତି । ସେହିପରି ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାଳିଆବାଲି ଗାଁର ଏସ୍. ଜ୍ୟୋତି ରେଡ୍ଡୀ ବୟଲର କୁକୁଡ଼ା, କିଆଁ ଫୁଲ ଚାଷ ଏବଂ ବିନାପୀଡ଼ିଆ ରେ ପନିପରିବାର ଚାଷ କରୁଛନ୍ତି। ୨ ଲକ୍ଷ ୭୫ ହଜାର ଟଙ୍କା ଋଣ ଆଣି ଏ ସବୁ ବ୍ୟବସାୟ କରିଥିଲେ। ତାଙ୍କର ବାର୍ଷିକ ଆଦାୟ ୫ ଲକ୍ଷ ଟଙ୍କା ବୋଲି ବୈଠକରେ କହିବା ସହ ସଫଳତା ର କାହାଣୀ ବର୍ଣ୍ଣନା କରିଛନ୍ତି । ଆଭାସୀ ମାଧ୍ୟମରେ ଆୟୋଜିତ ଏହି ବୈଠକରେ ଓଡିଶା ଜୀବିକା ମିଶନ ର ଜିଲ୍ଲାପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ରଥ, ଛତ୍ରପୁର ବ୍ଲକ ସଂଯୋଜିକା ମାନିନୀ ଜେନା, ଜୋନାଲ ସଂଯୋଜକ ରୁଦ୍ର ଆଶିଷ ବେହେରା, ସାହିଲ ତ୍ରିପାଠୀ