ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ଆସିକା (ୱାଇଏନ୍‍ଏସ୍‍): ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପରାମର୍ଶକ୍ରମେ ଆସିକା ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଆସିକା ପଞ୍ଚାୟତ ସମିତିର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବରିଷ୍ଠ ନାଗରିକ ଦିବସ ପାଳନ କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ଶରତ ଚନ୍ଦ୍ର ପାଣିଗ୍ରାହୀ, ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି, ଆସିକା ବରିଷ୍ଠ ନାଗରିକ ସଂଘର ସଭାପତି ଗଣେଶ ଚନ୍ଦ୍ର ରଥ, ବରିଷ୍ଠ ନାଗରିକ ତଥା ରାମଲୀଳା ଗାୟକ ଲଡୁ ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଥିଲା ବେଳେ ବରିଷ୍ଠ ନାଗରିକ ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ସମାଜ ତଥା ରାଷ୍ଟ୍ର ପ୍ରତି ବରିଷ୍ଠ ନାଗରିକଙ୍କ ଅବଦାନ ଉପରେ ବହୁ ଉପାଦେୟ ତଥା ଶିକ୍ଷଣୀୟ ମାର୍ଗଦର୍ଶନ କରି ବରିଷ୍ଠ ନାଗରିକମାନେ ସମାଜର ପଥପ୍ରଦର୍ଶକ ହୋଇଥିବା ବେଳେ ସେମାନେ ଯେପରି ବୃଦ୍ଧାବସ୍ଥାରେ ସମ୍ମାନର ସହ ଏବଂ ଖୁସିରେ ଜୀବନଯାପନ କରିପାରିବେ ତାହାରି ଉପରେ ଗୁରୁତ୍ୱାରୋପ କରିବା ସହ ବରିଷ୍ଠ ନାଗରିକମାନଙ୍କ ସୁବିଧା ପାଇଁ ଆଇନରେ ଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ସଚେତନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ଆଜୀବନ ସୁସ୍ଥ, ସବଳ ଓ ନିରାମୟ ଜୀବନ କାମନା କରାଯିବା ସାଙ୍ଗକୁ ସେମାନେ ସମ୍ମାନର ସହ ସମାଜରେ ବଞ୍ଚିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା । ଆସିକା ପଞ୍ଚାୟତ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସେବାନିବୃତ କର୍ମଚାରୀ ଓ ଶିକ୍ଷକ ମଞ୍ଚର ଯୁଗ୍ମ ସଂପାଦକ ମିହିରକାନ୍ତ ମହାପାତ୍ର, ବରିଷ୍ଠ ନାଗରିକ ଅଜିତ୍‍ କୁମାର ପଟ୍ଟନାୟକ, ପୀତବାସ ମହାପାତ୍ର, ଗଣେଶ ରଥ, ଏ.ଯୁଧିଷ୍ଠିର ଦୋରା, ବିଜୟ କୁମାର ଜେନା, ପୀତବାସ ମୁନି, ଉତ୍ତର ପରିଡା, ଅଶୋକ ମହାରଣା, ପ୍ରଦୀପ କୁମାର ନାୟକ, ଇନ୍ଦ୍ର ଗୌଡ, କାଶୀନାଥ ବିଶ୍ୱାଳ, ତ୍ରିନାଥ ସ୍ୱାଇଁ, ମନୋରମା ଷଡଙ୍ଗୀ, ଅରୁଣ ପଣ୍ଡା, ପର୍ଶୁରାମ ଗୌଡ, ବୁଦ୍ଧିରାମ ନାହାକ, ବେଣୁ ପରିଡା, ଦେବରାଜ ସ୍ୱାଇଁ, ଭି.କ୍ରିଷ୍ଣାସ୍ୱାମୀ ରାଓ, ଦୁର୍ଗାପ୍ରସାଦ ପଣ୍ଡା, ସଚ୍ଚିଦାନନ୍ଦ ମହାନ୍ତି, ହରପ୍ରିୟା ଉପାଧ୍ୟାୟ, ଦିଲୀପ କୁମାର ପରିଡା, ସୁରେନ୍ଦ୍ରନାଥ ବେହେରା, ଅରୁଣଚରଣ ପ୍ରଧାନ, ଭାଗ୍ୟଲତା ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ନାଗରିକ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୫ ପାଳନ ଅବସରରେ ବରିଷ୍ଠ ନାଗରିକ ଗଣେଶ ଚନ୍ଦ୍ର ରଥ ଓ ଲଡୁ ବିଶ୍ୱାଳଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ପୂର୍ବରୁ ଆସିକା ଶିକ୍ଷାବିଭାଗ ପକ୍ଷରୁ ପରିବର୍ତ୍ତିତ ପୃଥିବୀରେ ବରିଷ୍ଠ ନାଗରିକଙ୍କ ସହନଶୀଳତା ଶୀର୍ଷକ ବିଷୟବସ୍ତୁ ଉପରେ ଅନୁଷ୍ଠିତ ରଚନା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଜଗଦଳପୁର ହାଇସ୍କୁଲ ଗୁଣ୍ଢପଡାର ଦଶମ ଶ୍ରେଣୀର ଛାତ୍ର ଜଗନ୍‍ ଗୌଡ ଓ ନଳବଣ୍ଟା ପଞ୍ଚାୟତ ହାଇସ୍କୁଲର ଦଶମ ଶ୍ରେଣୀର ବିଦ୍ୟାର୍ଥୀ ସୁଧାଂଶୁବାଳା ଗୌଡ ଏବଂ ତୃତୀୟ ହୋଇଥିବା ପାଣ୍ଡିଆପଥର ଖାରିବାବାଜୀଦୋରା ବିଦ୍ୟାପୀଠର ଛାତ୍ର ଶୁଭମ୍‍ ସ୍ୱାଇଁଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷକ ରାମନାଥ ପଟ୍ଟନାୟକ, ଜିପିିଡିଓ ରାଜଶ୍ରୀ ସାହୁ, ପିଇଓ ସୁଶାନ୍ତ କୁମାର ଭୂୟାଁଙ୍କ ସମେତ ଆସିକା ବ୍ଳକ ପ୍ରଶାସନର ବହୁ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ