ଅନ୍ତର୍ଜାତୀୟ ଯୋଗ ଦିବସ
ଛତ୍ରପୁର,(ଓ୍ବାଇଏନଏସ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ।ଭାରତୀୟ ଯୋଗ ସଂସ୍ଥାନ, ଏହି ଉପଲକ୍ଷେ ନୂଆଦିଲ୍ଲୀ ଛତ୍ରପୁର ଶାଖା ପକ୍ଷରୁ ସ୍ଥାନୀୟ ଷ୍ଟାଡିଅମ ପରିସରସ୍ଥ ଯୋଗ ଶାଳା ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ମହା ଆଡମ୍ବର ସହିତ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ପୌରପରିଷଦ ର ଉପାଧ୍ୟକ୍ଷ ଜି. ପାପା ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ନିଜ ଅଭିଭାଷଣରେ ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ହେଉଥିବା ସୁଫଳ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ସମସ୍ତଙ୍କୁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ଆହ୍ୱାନ ଦେଇଥିଲେ l କାର୍ଯ୍ୟକ୍ରମକୁ ସଂସ୍ଥାନର କ୍ଷେତ୍ର ପ୍ରଧାନ ଦେବରାଜ ବେହେରା, କ୍ଷେତ୍ର ମନ୍ତ୍ରୀ ଭବାନୀ କାନ୍ତ ପଟ୍ଟନାୟକ ଓ କ୍ଷେତ୍ର ପରିଚାଳକ ରଜାକ୍ ହୋସେନ ପ୍ରମୁଖ ପରିଚାଳନା କରିଥିଲେ। ଶତାଧିକ ଯୋଗ ସାଧକ ଓ ସାଧିକା ଏଥିରେ ସାମିଲ ହୋଇ ସମୂହ ଯୋଗାଭ୍ୟାସ କରିଥିଲେ। ଯୋଗ ଓ ପ୍ରାଣାୟାମ ଆଦି ଶେଖ ରାଜାକ ହସେନ ଓ ଦେବରାଜ ବେହେରାଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା।ସଂସ୍ଥାନର ଉପଦେଷ୍ଟା ଶ୍ରୀ ବିଶ୍ୱମ୍ବର ରଥ ଏହି କାର୍ଯ୍ୟକ୍ରମକୁ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ସଂସ୍ଥାନର ସଦସ୍ୟ ସର୍ବଶ୍ରୀ ଭଗବାନ ବେହେରା, ପିତାମ୍ବର ପଣ୍ଡା, ପ୍ରଦୀପ କୁମାର ପାତ୍ର, ଅସିତ କୁମାର ପଟ୍ଟନାୟକ, ବିଜୟ ପାତ୍ର, ତୁଷାର କାନ୍ତି, ପି ଆଦିୟା ରେଡି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଶେଷରେ ବିଶ୍ୱମ୍ଭର ରଥଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ରବୀନ୍ଦ୍ର ଦାଶ ଓ ଭବାନୀ କାନ୍ତ ପଟ୍ଟନାୟକଙ୍କ ଦ୍ଵାରା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।


