ଆନ୍ତର୍ଜାତୀୟ ଯୁବ ଦିବସ ପାଳନ
ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜରେ ଅଗଷ୍ଟ ୧୨ ତାରିଖ ଦିନ ୨୬ ତମ ଆନ୍ତର୍ଜାତୀୟ ଯୁବ ଦିବସ କଲେଜର ଯୁବ ରେଡ଼ କ୍ରସ ଓ ରେଡ଼ ରିବନ କ୍ଳବ ପକ୍ଷରୁ ପାଳନ ହୋଇଯାଇଛି। ଯୁବ ରେଡ଼ କ୍ରସ ର ଉପଦେଷ୍ଟା ଅଧ୍ୟାପକ ପବିତ୍ର ଖଣ୍ଡୁଆଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ଯୁବ ରେଡକ୍ରସ ର ମହିଳା ଉପଦେଷ୍ଟା ଅଧ୍ୟାପିକା କ୍ରୀଷ୍ଣା କୁମାରୀ ବର୍ଗେ ଆନ୍ତର୍ଜାତୀୟ ଯୁବ ଦିବସର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଧାରଣା ପଦାନ କରିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ନାୟକ, ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ସହ ଯୁବ ସମାଜର କର୍ତ୍ତବ୍ୟ ନେଇ ନିଜର ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ୫୦ ଜଣ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ। ଶେଷରେ ଅଧ୍ୟାପକ ଶ୍ରୀ ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ।