‘ଇସକଫ୍’ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ଛତ୍ରପୁର(ଓ୍ବାଇଏନଏସ) : ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ୍)ର ୧୫ତମ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ରବିବାର ଦିନ ଛତ୍ରପୁର ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଗଞ୍ଜାମ ଜିଲ୍ଲା ସଭାପତି ହର ପ୍ରସାଦ ରଥ ଏଥିରେ ସଭାପତିତ୍ବ କରିଥିଲେ। ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମର ପଟ୍ଟନାୟକ ସ୍ବାଗତ ଅଭିଭାଷଣ ଦେଇଥିଲେ।ଇସକଫ୍ ରାଜ୍ୟ ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ମହାନ୍ତି ସମ୍ମିଳନୀରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜ ବିଜ୍ଞାନୀ ତଥା ବରିଷ୍ଠ ଆଇନଜୀବି ଭଗବାନ ସାହୁ, ଛତ୍ରପୁର ପୂର୍ବତନ ବିଧାୟକ ଅଶୋକ ଚୋୖଧୁରୀ, ଅବନୀ ଚନ୍ଦ୍ର ଗୟା, ଇସକଫ୍ ରାଜ୍ୟ ସଭାପତି ମଣ୍ଡଳୀ ସଦସ୍ୟ ଗୋକୁଳ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ କୁମାର ପ୍ରିୟଦର୍ଶୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଯୁଦ୍ଧ ବିରୁଦ୍ଧରେ ଶାନ୍ତିର ବାର୍ତ୍ତା ପ୍ରଚାର କରିବା, ସାମ୍ପ୍ରଦାୟିକ ସଦ୍ଭାବ ପ୍ରତିଷ୍ଠା କରିବା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମୈତ୍ରୀ ବନ୍ଧନକୁ ସୁଦୃଢ କରିବା ଏହି ସଂଗଠନର ମୂଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ।ପରେ ଜିଲ୍ଲା ସମ୍ପାଦକ ବିଦେଶୀ ନାହାକ ସାଂଗଠନିକ ରିପୋର୍ଟ ଉପସ୍ଥାପନ କରିଥିଲେ। ଏହି ଅବସରରେ ଆଗାମୀ ବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଇ ହର ପ୍ରସାଦ ରଥଙ୍କୁ ପୁଣି ସଭାପତି ଚୟନ କରାଯାଇଥିବା ବେଳେ ଆଇନଜୀବି କୈଳାସ ପଲେଇଙ୍କୁ ଜିଲ୍ଲା ସମ୍ପାଦକ ଚୟନ କରାଯାଇଥିଲା। ସମ୍ମିଳନୀ ପରିଚାଳନାରେ ନୀଳକଣ୍ଠ ଦାସ, ଡି.ଆଦି ନାରାୟଣ ରେଡ୍ଡୀ,ଏସ.କ୍ରିଷ୍ଣା ରେଡ୍ଡୀ, ଆଦିତ୍ୟ ମିଶ୍ର, ତ୍ରିନାଥ ରେଡ୍ଡୀ ପ୍ରମୁଖ ସହଯୋଗ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ