ଆଇଟିଡିଏ ତରଫରୁ ଜନଜାତି ଚାଷୀ ମାନଙ୍କୁ କୃଷି ଯନ୍ତ୍ରପାତି ବଣ୍ଟନ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଚମ୍ପୁଆ ସମ୍ବନୀତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ମାନଙ୍କୁ ବିଭାଗ ତରଫରୁ କୃଷି ଯନ୍ତ୍ରପାତି ବଣ୍ଟନ କରାଯାଉଛି। ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ ଭୋଦପଶି ରାମ ମନ୍ଦିର ନିକଟ ରେ କୃଷି ଯନ୍ତ୍ରପାତି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କେନ୍ଦୁଝର ସାଂସଦ ଅନନ୍ତ ଚରଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଲେ ସଂପ୍ରତି ସରକାର ଚାଷୀ ମାନଙ୍କ ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ ବିଭିନ୍ନ ଯୋଜନା ଚାଲୁ ରଖିଛନ୍ତି। ଚାଷୀ ମାନେ ନିଜ ବାଡି ବଗିଚା ରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି। ସେହି ଚାଷ ପାଇଁ ପାଣି ଆବଶ୍ୟକ ହେଉଥିବାରୁ ଚାଷୀ ମାନଙ୍କୁ ସରକାର ତରଫରୁ ମାଗଣା ରେ ପାଣି ପମ୍ପ ଯୋଗାଇ ଦେଉଛନ୍ତି। ଏହା ଦ୍ବାରା ଚାଷୀ ମାନେ ସହଜରେ ଓ ଅଳ୍ପ ସମୟରେ କରିଥିବା ବାଡ଼ିରେ ହୋଇଥିବା ପନିପରିବା ରେ ପାଣି ମଡାଇ ପାରିବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଚମ୍ପୁଆ ସମ୍ବନିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ବିଷୟ ବସ୍ତୁ ବିଶେଷଜ୍ଞ ସନ୍ତୋଷ ପ୍ରଧାନ, କୃଷି ବିଶେଷଜ୍ଞ ସୌମ୍ୟରଞ୍ଜନ ସାହୁ, ଝୁମ୍ପୁରା ବ୍ଲକ ଜୀବିକା ବିଶେଷଜ୍ଞ ରଶ୍ମିତା ସ୍ବାଇଁ, ଯୋଡା ବ୍ଲକ ଜୀବିକା ବିଶେଷଜ୍ଞ ସୌମ୍ୟରଞ୍ଜନ ରାଉତ, ଚମ୍ପୁଆ ଜୀବିକା ବିଶେଷଜ୍ଞ ପ୍ରଦୀପ ସାହା ଝୁମ୍ପୁରା ବ୍ଲକ ସାଂସଦ ଙ୍କ ପ୍ରତିନିଧି ଲକ୍ଷ୍ମଣ କୁମାର ରାଉତ, ଚମ୍ପୁଆ ବ୍ଲକ ସାଂସଦ ଙ୍କ ପ୍ରତିନିଧି ସିଦ୍ଧାର୍ଥ ସିଂ, ଝୁମ୍ପୁରା ବ୍ଲକ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ମହେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ଚାଷୀ ମାନଙ୍କ ପ୍ରଦାନ କରାଯାଉଥିବା ପାଣି ପମ୍ପ ଓ ଔଷଧ ସିଞ୍ଚନ ମେସିନ ପ୍ରଦାନ କରା ଯାଉଛି ଚାଷ କାର୍ଯ୍ୟ ରେ ବ୍ୟବହାର କରିବା ପାଇଁ ବୋଲି କହିଥିଲେ। ଝୁମ୍ପୁରା ବ୍ଲକ ର ଦୀନବନ୍ଧୁ ନାଏକ, ଗୁରୁ ଚନ୍ଦ୍ର ମୁଣ୍ଡା ଚମ୍ପୁଆ ବ୍ଲକ ର ହିମାଂଶୁ ଶେଖର ନାଏକ, ନିଳାଦ୍ରୀ ମୁଣ୍ଡା, ଶୁଶିଳା ନାଏକ, ଦୁଃଖ ବନ୍ଧୁ ନାଏକ ମୁଖ୍ୟମନ୍ତ୍ରୀ ଜୀବିକା ମିଶନ ରେ ଅନ୍ତର୍ଭୁକ୍ତ ହୋଇଥିବାରୁ ସେହି ଚାଷୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆଇଟିଡିଏ ତରଫରୁ ପ୍ରତି ହିତାଧିକାରୀ ଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ତାଙ୍କ ବ୍ୟବସାୟ କୁ ବୃଦ୍ଧି କରି ଆତ୍ମନିର୍ଭରଶୀଳ ହେବା ପାଇଁ। କାର୍ଯ୍ୟକ୍ରମ ଶେଷରେ ଝୁମ୍ପୁରା ବ୍ଲକ ୯୭ ଜଣ ଚାଷୀ ଙ୍କୁ ପାଣି ପମ୍ପ ଯୋଗାଇ ଦେଇଥିବା ବେଳେ ୧୧୦ ଜଣକୁ ଔଷଧ ସିଞ୍ଚନ ମେସିନ ପ୍ରଦାନ କରିଛନ୍ତି। ସେହିପରି ଚମ୍ପୁଆ ବ୍ଲକ ରୁ ୧୦୨ ଜଣ ଚାଷୀ ଙ୍କୁ ପାଣି ପମ୍ପ ସେଟ୍ ପ୍ରଦାନ କରିଥିବା ବେଳେ ୧୦୦ ଜଣକୁ ଔଷଧ ସିଞ୍ଚନ ମେସିନ ପ୍ରଦାନ କରିଛନ୍ତି।


