ନିସ୍ୱାର୍ଥ ସେବାର ପଥେ ପଥେ ଜଗନ୍ନାଥ

ଭୁବନେଶ୍ୱର (ଓ୍ବାଇଏନଏସ) ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ଭୁବନେଶ୍ବର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନିଃସ୍ୱାର୍ଥ ସେବା ଓଡ଼ିଶା ଆଣ୍ଡ ଚାରିଟେବଲ୍ ଟ୍ରଷ୍ଟ ତରଫରୁ ଆୟୋଜିତ ଏକ ନିଆରା କାର୍ଯ୍ୟକ୍ରମ “ପଥେ ପଥେ ଜଗନ୍ନାଥ” ପୁରୀ ବାଇପାସ୍ ନୂଆ ଜଗନ୍ନାଥ ସଡ଼କରେ ଅନୁଷ୍ଠିତ ହୋଇଯାଇଅଛି । ହୋମ ପୂଜା ସହ ପୂର୍ବାହ୍ନରେ “ଭାବର ପଣା” ବଣ୍ଟନ ସହିତ କାର୍ଯ୍ଯକ୍ରମକୁ ଶୁଭାରମ୍ଭ କରାଯାଇଥିଲା । ସଂନ୍ଧ୍ୟାରେ ଦିବ୍ୟାଙ୍ଗ କଳାକାର ମାନଙ୍କ ଦ୍ବାରା ଏକ ବିଶେଷ ଭକ୍ତି ସଂଙ୍ଗୀତ ପରିବେଷଣ ପରିବେଶକୁ ସଂପୂର୍ଣ୍ଣ ଜଗନ୍ନାଥମୟ କରିଦେଇଥିଲା । ପରେ ପରେ ରଥଯାତ୍ରୀଙ୍କ ଉଦେଶ୍ଯରେ ପଥଚାରୀଙ୍କ ପାଇଁ ଶ୍ରୀ ଅନ୍ନସେବାର ଏକ ଆଧ୍ଯାତ୍ମିକ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ସଂଗଠନର ପ୍ରତିଷ୍ଠାତା ଯୁବ ସମାଜସେବୀ ରଶ୍ମୀ ରଞ୍ଜନ ମାର୍ଥାଙ୍କ ଆବାହନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଶେଷ ଅତିଥି ରୂପରେ ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ରାଜ୍ଯ ଖଦି ବୋର୍ଡର ପୂର୍ବତନ ସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ, ବିଜେପି ଭୁବନେଶ୍ବର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର, ଯୁବନେତା କିଶୋର କୁମାର ନାୟକ, “ଦୂରଦର୍ଶୀ” ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦୁର୍ଗା ସାମନ୍ତରାୟ, ବରିଷ୍ଠ ସମାଜସେବୀ ସଦାଶିବ ଜେନା, ଯୁବନେତା ଭଗବାନ ସାହୁ, ସ୍ମୃତି ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ । ଅନୁଷ୍ଠାନର ସଭାପତି ମିଥୁନ ନାୟକ, ସମ୍ପାଦକ ଅମରଜିତ୍ ବାରିକ, ଯୁବ ବ୍ୟବସାୟୀ ମିଲନ ଜେନା, ରିଙ୍କୁ ଷଡ଼ଙ୍ଗୀ, ଜ୍ୟାେତିରଞ୍ଜନ ତ୍ରୀପାଠୀ, ଉମାକାନ୍ତ ବେଉରା, ପ୍ରକାଶ ଡ଼ାକୁଆ, ସୁରେଶ ରାଉତ, କ୍ଷୀରୋଦ ସେଠୀ, ଦୀପକ ମିଶ୍ର ପ୍ରମୁଖ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ । ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଓଡ଼ିଶା ସମାଜସେବୀ ମହାସଂଘର ସଭାପତି ନାରାୟଣ ଚନ୍ଦ୍ର ଓଝା ସଂଯୋଜନା କରିଥିଲେ । ପ୍ରତିବର୍ଷ ପରି ଆଗାମୀ ବର୍ଷ ଆଉ ଏକ ଉଚ୍ଚକୋଟୀର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସମସ୍ତ ସଦସ୍ୟ ଆଶାପୋଷଣ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ