ନାଉଗାଁ ବ୍ଳକର ବିଭିନ୍ନ ଶିବ ମନ୍ଦିରରେ ଜାଗରଯାତ୍ରା

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ଶୈବ ପୀଠ ଯଥା ତିହୁଡାର ଦକ୍ଷିଣେଶ୍ୱର,ନାଉଗାଁର ସାଧୁ ଗୋସ୍ୱାମୀ,ଘୋଡାଂଶର ଘୋଡେଶ୍ୱର, ନନ୍ଦିଗ୍ରାମର ନନ୍ଦିକେଶ୍ୱର,ତିରୁଣାର ସୁବର୍ଣ୍ଣେଶ୍ୱର,ଗଜରାଜପୁରର ତୁମ୍ବେଶ୍ୱର, ଗୋଠଦାର ଗୋଠେଶ୍ୱର, ତେଲସରାର ରାମେଶ୍ୱର, ଡାହାଣୀଖିଆର ବାବା ଜଟାଧାରୀ, କୋରୁଅର ନିଳକଣ୍ଠେଶ୍ୱର, ଶାଳିଜଙ୍ଗାର ସିଦ୍ଧେଶ୍ୱର, ଗଙ୍ଗଦାର ମଉଳା ଭଣଜା ଆଦି ଶୈବପୀଠରେ ମହାଶିବରାତ୍ରୀ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ଶୈବପୀଠ ଗୁଡିକ ରଙ୍ଗବେରଙ୍ଗର ପୁଷ୍ପମାଳାରେ ସଜ୍ଜିତ କରାଯାଇଥିବା ବେଳେ ଦେବାଳୟ ଗୁଡିକରେ ପ୍ରାତଃ ସମୟରୁ ଯଥାରୀତି ପୂର୍ବକ ପୂଜାର୍ଚ୍ଚନା କରାଯାଇଛି। ରାତି ୧୧ଟା ପରେ ଅଧିକାଂଶ ଶୈବ ପୀଠ ଗୁଡିକରେ ମହାଦୀପ ଉଠିଥିବା ବେଳେ ନନ୍ଦିକେଶ୍ୱରଙ୍କ ପୀଠରେ ରାତ୍ର ୪ଟାରେ ମହାଦୀପ ଉଠିଥିଲା। ମହାଦୀପ ଉଠିବା ସମୟରେ ଘଂଟ, ଘଂଟା, ଶଙ୍ଖ, ହୁଳହୁଳି,ନାମ ସଂକୀର୍ତନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ