ଜିତେନ୍ଦ୍ରଙ୍କ କୃତିତ୍ୱ : ପୁରସ୍କୃତ କଲେ ପ୍ରଧାନମନ୍ତ୍ରୀ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମର ଚାଷୀ ସୁଦର୍ଶନ ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ପ୍ରଧାନ ଭୁବନେଶ୍ୱର ସ୍ଥିତ ଜାତୀୟ କୌଶଳ ତାଲିମ କେନ୍ଦ୍ର(ଏନଏସଟିଆଇ) ର ଇଲେକ୍ଟ୍ରିସିଆନ୍ ବିଭାଗ ର ଛାତ୍ର ଅଟନ୍ତି। ସିଟିଆଇଏସ ପକ୍ଷରୁ ଗତ ଅଗଷ୍ଟ ରେ ଅନୁଷ୍ଠିତ ଅଲ୍ ଇଣ୍ଡିଆ ଟ୍ରେଡ୍ ଟେଷ୍ଟ(ଏଆଇଟିଟି) ଇଞ୍ଜିନିୟରିଂ ଟ୍ରେଡ କାଟୋଗରି  ପରୀକ୍ଷାରେ ପୂର୍ବାଞ୍ଚଳ ଜୋନ ଟପ୍ପର ହୋଇ ସେ ଜାତୀୟ ସ୍ତରରେ ପ୍ରଥମସ୍ଥାନ ହାସଲ କରିଥିବା ଜଣାପଡିଛି।ଶନିବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ  ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ସୁନୀଲ କୁମାର ଗୁପ୍ତା ଙ୍କ ଉପସ୍ଥିତିରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରସ୍କୃତ କରିଥିବା ଜଣାପଡିଛି। ଜିତେନ୍ଦ୍ର ଗତ ୨୦୦୨ ରେ ହିଞ୍ଜିଳିକାଟୁ ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରରେ ପରୀକ୍ଷା ଦେଇ ପାସ କରିବା ପରେ ଭୁବନେଶ୍ୱର ସ୍ଥିତ ଜାତୀୟ କୌଶଳ ବିକାଶ ତାଲିମ କେନ୍ଦ୍ରରେ ଉଚ୍ଚତର ଅଧ୍ୟୟନ କରିଥିଲେ। ସେ  ଏହି ପୁରସ୍କାର ପାଇବା ପରେ ସମଗ୍ର ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲା ସର୍ବୋପରି ଦିଗପହଣ୍ଡି ବ୍ଲକ ର ଗର୍ବ ବୋଲି ଫାସିଗୁଡ଼ା ପଞ୍ଚାୟତ ସରପଞ୍ଚ ଗୌରୀ ବିଷୋୟୀ ଏବଂ ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ ତାଙ୍କ ପ୍ରତିକ୍ରିୟା ରେ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ