ଜେଏମଏଫସି କୋର୍ଟ : ଘୋଷଣାର ଏକ ବର୍ଷ ପୂରିଲା ମିଳୁନି ଜମି

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ରାଜ୍ୟ ସରକାରଙ୍କ ପକ୍ଷରୁ ଝୁମ୍ପୁରା ବ୍ଲକ ମୁଖ୍ୟାଳୟ ଠାରେ ଏକ ଜେଏମଏଫସି କୋର୍ଟ ହେବା ନେଇ ଘୋଷଣା କରାଯାଇଛି । ତେବେ ସରକାର ଘୋଷଣା କରିବାର ଏକ ବର୍ଷ ରୁ ଅଧିକ ସମୟ ଅତିବାହିତ ହେବା ପରେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୋର୍ଟ ପାଇଁ ସରକାରୀ ଜମି ଯୋଗାଇ ଦେଵାନେଇ ଅହେତୁକ ବିଳମ୍ବ କରି ଚାଲିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଝୁମ୍ପୁରା ଠାରେ ଜେଏମଏଫସି କୋର୍ଟ ହେବା ଅନିଶ୍ଚିତତା ଭିତରେ ଗତି କରୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି । କୋର୍ଟ ନିର୍ମାଣ ହେବା ନେଇ ୩ ଏକର ପରିମିତ ସରକାରୀ ଜମି ଆବଶ୍ୟକ ରହିଛି। ଝୁମ୍ପୁରା ମୌଜା ରେ ପାଖାପାଖି ୨ଶହ ଏକର ସରକାରୀ ରହିଥିବା ବେଳେ, ତହସିଲ ପ୍ରଶାସନ ପକ୍ଷରୁ କେଉଁ ପରିସ୍ଥିତି ରେ ଏବଂ କାହିଁକି ଜମି ଯୋଗାଇଦେବା ନେଇ ଅହେତୁକ ବିଳମ୍ବ କରୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେବେ ଝୁମ୍ପୁରା ବ୍ଲକ ର ୨୨ ଗୋଟି ପଞ୍ଚାୟତରେ ଘଟୁଥିବା ବିଭିନ୍ନ ମକଦ୍ଦମା ନେଇ ଚମ୍ପୁଆ ଏବଂ ବଡ଼ବିଲ ଠାରେ ଥିବା କୋର୍ଟ ଉପରେ ଜନସାଧାରଣ ନ୍ୟାୟ ପାଇବା ପାଇଁ ନିର୍ଭର କରୁଛନ୍ତି । ଝୁମ୍ପୁରା ଠାରୁ ଚମ୍ପୁଆ କୋର୍ଟ ୩୦କି. ମି ଦୂରତା ଥିବାବେଳେ, ବଡ଼ବିଲ କୋର୍ଟ ୫୦ କି. ମି ହେବ ଫଳରେ ଲୋକେ ଯିବା ଆସିବା ନେଇ ବିଭିନ୍ନ ସମସ୍ୟା ଭୋଗିବା ସହିତ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ଏସମସ୍ତ ସମସ୍ୟା କୁ ବିଚାର କୁ ନେଇ ଲୋକଙ୍କୁ ତୁରିତ ନ୍ୟାୟ ମିଳିବା ନେଇ ବ୍ଲକ ମୁଖ୍ୟାଳୟ ଝୁମ୍ପୁରା ଠାରେ ଜେଏମଏଫସି କୋର୍ଟ ଖୋଲିବା ନେଇ ସରକାର ନିଷ୍ପତି ନେଇଛନ୍ତି । ହେଲେ ସ୍ଥାନୀୟ ପ୍ରଶାସନ ର ଉଦାସୀନତା ଯୋଗୁଁ ଜେଏମଏଫସି କୋର୍ଟ ହେବା ନେଇ ଅନିଶ୍ଚିତତା ଦେଖା ଦେଇଥିବା ଚର୍ଚ୍ଚା ଜୋର ଧରିଛି । ଝୁମ୍ପୁରା ତହସିଲ ପଛ ପାଖଠାରୁ ଆରମ୍ଭ କରି ବ୍ଲକ ପଛ ପାଖରେ ଏକର ଏକର ସରକାରୀ ଜମି ଜବରଦଖଲ କାରୀ ଅଧିନରେ ରହିଛି। ସେହି ସରକାରୀ ଜମି ସମେତ ଵଜାରରେ ରହିଥିବା ସରକାରୀ ଜମିକୁ ତହସିଲ କର୍ତ୍ତୃପକ୍ଷ ବ୍ୟକ୍ତିଗତ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କୁ ଘର କରିବା ପାଇଁ ଅନୁମତି ପ୍ରଦାନ କରୁଛନ୍ତି ଅଥଚ ସର୍ବସାଧାରଣ ଙ୍କ ହିତ ପାଇଁ ପ୍ରଶାସନ ନିଘା ନ ଥିବା ଦେଖିବାକୁ ମିଳୁଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ