ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ

ବାଲେଶ୍ଵର (ସରୋଜ ପଣ୍ଡା): ବାଲିଆପାଳ ପଞ୍ଚାୟତ ସମିତି  ପ୍ରକୋଷ୍ଠରେ ଅତିରିକ୍ତ  ଜିଲ୍ଲାପାଳ (ସାଧାରଣ ) ଶ୍ରୀଯୁକ୍ତ ସୁଧାକର ନାୟକ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଓ ଅନ୍ୟ ଉପରିସ୍ଥ ଅଧିକାରୀ ଙ୍କ ଉପସ୍ଥିତିରେ  ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ର ବିଭିନ୍ନ ସ୍ଥାନରୁ ଆସିଥିବା ୧୬୪ ଜଣ ଅଭିଯୋଗକାରୀ ନିଜ ନିଜ ନାମ ପଞ୍ଜିକରଣ କରି ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରି ଥିଲେ।  ତନ୍ମଧ୍ୟରୁ ୧୪ ଗୋଟି ଦରଖାସ୍ତର ଆଶୁ ସମାଧାନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ ସିଂ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସଞ୍ଜୟ ରାଉତ, ଉପ ଜିଲ୍ଲାପାଳ ଶିବ ମାଲବ୍ୟ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ପ୍ରଭାତ କୁମାର ବେହେରା ଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ