ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଦାୟିତ୍ୱ ହସ୍ତାନ୍ତର କରୁ ନାହାନ୍ତି ବିଦାୟୀ ସିଆରସିସି

ହାଟଡିହି (ଓ୍ବାଇଏନଏସ) : ସିଆରସିସି ପଦବୀରୁ ଯାଇ ଶିକ୍ଷକ ଭାବେ ଶିକ୍ଷାଦାନ କରିବା କିମ୍ବା ଅନ୍ଯ କ୍ଲଷ୍ଟର ର ଦାୟିତ୍ବ ନେବା ସତ୍ତ୍ୱେ ବି ପୁର୍ବ କ୍ଲାଷ୍ଟର ର ଦାୟିତ୍ବ ହସ୍ତାନ୍ତର କରୁ ନଥିବା ଅଭିଯୋଗ ହୋଇଛି।  ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କିଛି  ସିଆରସିସି  କାହିଁକି ନିର୍ଦ୍ଦେଶ କୁ ମାନୁ ନାହାନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହାଟଡିହି ବ୍ଲକ ରେ ୨୧ଜଣ ସିଆରସିସିଙ୍କ ମଧ୍ୟରୁ ନୂତନ ଭାବେ ୧୧ଜଣ ସିଆରସିସି ନିଯୁକ୍ତି ପାଇଛନ୍ତି। ନିଯୁକ୍ତି ପରଦିନ ଠାରୁ ନୂତନ ସିଆରସିସି ମାନେ କାର୍ଯ୍ୟଭାର ତୁଲାଇ ଆସୁଛନ୍ତି। କିନ୍ତୁ ପୁରୁଣା ସିଆରସିସି ମାନେ କାର୍ଯ୍ୟରୁ ଅନ୍ତର ହୋଇଥିଲେ ବି ସେମାନେ କ୍ଲଷ୍ଟର ଦାୟୀତ୍ବ ହସ୍ତାନ୍ତର କରୁ ନାହାନ୍ତି। ରେକର୍ଡ ପତ୍ର, କ୍ଲଷ୍ଟର ରୁମର ଚାବିକାଠି ମଧ୍ଯ ଦେଉ ନାହାନ୍ତି। ଫଳରେ ନୂତନ ସିଆରସିସି ମାନେ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। କେଉଁଠି ବସିବେ, କେଉଁଠି ସେମାନଙ୍କ କାର୍ଯ୍ୟ କରିବେ କିଛି ଠିକ୍ କରି ପାରୁ ନାହାନ୍ତି। ଏନେଇ ସିଆରସିସି ମାନେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଜଣାଇବା ପରେ ବ୍ଲକ ଶିକ୍ଷା ଅଧିକାରୀ ଏନେଇ ଗତ ୧୪ତାରିଖ ଦିନ କାର୍ଯ୍ୟରୁ ଅପଶାରିତ ହୋଇଥିବା ସମସ୍ତ ସିଆରସିସି ମାନଙ୍କୁ ଚିଠି ନଂ ୨୮୬୯ ତା ୧୪/୮/୨୦୨୫ରେ ଜଣାଇ ୨୦ତାରିଖ ଭିତରେ ଦାୟୀତ୍ବ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦାୟିତ୍ବ ହସ୍ତାନ୍ତର ନକଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ଯ ନିର୍ଦ୍ଦେଶ ଥିଲା। କିନ୍ତୁ ଅଗଷ୍ଟ ୨୦ଯାଇ ସେପ୍ଟେମ୍ବର ୮ତାରିଖ ହେଇଥିଲେ ବି ଦାୟିତ୍ବ ହସ୍ତାନ୍ତର କରୁ ନାହାନ୍ତି। ଏପରିକି ସରକାରଙ୍କ ତରଫରୁ ଯୋଗାଇ ଦିଆ ଯାଇଥିବା କମ୍ପ୍ୟୁଟରକୁ ନେଇ ଘରେ ରଖିଛନ୍ତି। ଏ ନେଇ ଆଜି ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ସେ ସଂପୃକ୍ତ ସିଆରସିସି ମାନଙ୍କୁ  କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ଶିକ୍ଷା ଅଧିକାରୀ ରାଜୀବ ଦଳେଇ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ