ବାଲେଶ୍ଵର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ

ବାଲେଶ୍ୱର, (ସରୋଜ ପଣ୍ଡା): ଆଜି ସକାଳ ୭ଟାରେ ସ୍ଥାନୀୟ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୧୨୯ ଜଣ ଅଭିଯୋଗକାରୀ ନିଜ ନିଜ ନାମ ପଞ୍ଜିକରଣ କରି ଅଭିଯୋଗ ଉପସ୍ଥାପନ କରି ଥିଲେ।ସେଗୁଡ଼ିକ ମଧ୍ୟରୁ ୧୧୧ ଗୋଟି ବ୍ୟକ୍ତିଗତ ୮ ଗୋଟି ସାମୁହିକ, ୭ ଗୋଟି ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ଓ ୩ ଗୋଟି ରେଡ କ୍ରସ ସହାୟତା ନିମନ୍ତେ ଦରଖାସ୍ତ ପ୍ରଦାନ କରିଥିଲେ। ତନ୍ମଧ୍ୟରୁ ୨୩ ଗୋଟି ଦରଖାସ୍ତର ତୁରନ୍ତ ଫୈସଲା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଶ୍ରୀଯୁକ୍ତ ହେମନ୍ତ କୁମାର ସିଂ,ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡା . ସୁଶାନ୍ତ କୁମାର ନାୟକ, ବାଲେଶ୍ଵର ସଦର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେସିର୍କେ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ବେହେରା, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ନିବେଦିତା ସୋରେନ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ