ଜୁଲାଇ ୯ରେ ମିଳିତ ଶ୍ରମିକ ସଂଗଠନର ଧର୍ମଘଟ

କେନ୍ଦ୍ରାପଡ଼ା (ଚିିତ୍ତ ରଞ୍ଜନ ଦାଶ) :କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକ ମିଳିତ ଭାବରେ ଚଳିତମାସ ୨୦ତାରିଖରେ ଧର୍ମଘଟ କରିବାକୁ ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ଅନିବାର୍ଯ୍ୟ କାରଣ ବସତଃ ଏହି ଧର୍ମଘଟକୁ ଆସନ୍ତା ଜୁଲାଇମାସ ୯ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକର ଏକ ମିଳିତ ବୈଠକରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରମିକ, ଚାଷୀ ଓ ସାଧାରଣ ଜନତାଙ୍କ ବିଭିନ୍ନ ଦାବିକୁ ନେଇ ଏହି ଧର୍ମଘଟ କରାଯିବ। ଏନେଇ କେନ୍ଦ୍ରାପଡାର ଆଇ.ଏନ.ଟି.ୟୁ.ସି.ର ଜିଲ୍ଲା ସଭାପତି ମୁକ୍ତାର ଖାଁଙ୍କ ସଭାପତିତ୍ୱରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ସ୍ୱାଧୀନ ଫେଡେରେସନର ମିଳିତ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଖଡିଅଙ୍ଗସ୍ଥିତ ସିଟୁ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏଆଇଟିୟୁସିର ବାବାଜୀ ଧଳ, ରମଣୀରଞ୍ଜନ ରାଉତରାୟ, ବିକାଶ ଦାସ, ସିଆଇଟିୟୁର ଜଗତଜୀବନ ଦାଶ,ନିରାକାର, ଆଇଏନଟିୟୁସିର ଫକୀର ଚରଣ ଖଟୁଆ, ଏଆଇୟୁଟିୟୁସିର ଏଲୀନା ସାମନ୍ତରାୟ, ଏଆଇସିସିଟିୟୁର ବସନ୍ତ ମଲ୍ଲିକ, ଏଚଏମଏସର ତ୍ରିଲୋଚନ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ