ସଚେତନତା ଓ ସୁରକ୍ଷା ପାଇଁ ଜୁଭେଣ୍ଟିକା କାର୍ଯ୍ୟକ୍ରମ
ବେତନଟୀ,(ଉଦିତ କୁମାର ପରିଡା) : ବେତନଟୀ ଥାନା ପକ୍ଷରୁ ଶୁକ୍ରବାର ଦିନ ନାବାଳିକା ଙ୍କ ସଚେତନତା ଓ ସୁରକ୍ଷା ପାଇଁ ଜୁଭେଣ୍ଟିକା ନାମ ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନାରେ ମହିଳା ଓ ଶିଶୁ ଡେସ୍କ ଦାୟିତ୍ୱ ରେ ଥିବା ସବ ଇନିସ୍ପେକ୍ଟର ସୋମାଲିନୀ ରାଉତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀ ମିନତୀ ବିଶ୍ୱାଳ ଯୋଗଦାନ କରି ଜୁଭେଣ୍ଟିକା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶତାଧିକ ନା ବାଳିକା ୧୫ ରୁ ୧୮ ବର୍ଷ ମଧ୍ୟରେ ଉପସ୍ଥିତ ରହିଥିବା ବେଳେ ବ୍ଲକସ୍ତର ରେ ଥିବା ମହିଳା ଶିଶୁ ଅଧିକାରୀ ଓ ଅଙ୍ଗନବାଡି ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା। ସମାଜ ରେ ଦିନକୁ ଦିନ ଡିଜିଟାଲ ଠକେଇ, ଡିଜିଟାଲ ପ୍ରତାରଣା ବଢ଼ୁଥିବାବେଳେ ସୋସିଆଲ ମିଡିଆରୁ ଉତ୍ସାହିତ ହୋଇ ଆପଣା ଇଛାରେ କରୁଥିବା ପ୍ରେମ ବିବାହ, ବାଲ୍ୟ ବିବାହ କୁ ରୋକିବା ସହିତ ନାବାଳିକା ଓ ମହିଳାଙ୍କ ସହିତ ହେଉଥିବା ଅନ୍ୟାୟ, ଅତ୍ୟାଚାର,ଅସଦାଚରଣ, ବଳାତ୍କାର ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଘଟଣା ଘଟିଲେ ନାବାଳିକା ଓ ମହିଳା ମାନେ ଥାନା କୁ ଆସିବା ପାଇଁ ଭୟ କରୁଥିବାର ଦେଖିବାକୁ ମିଳିଥାଏ। ପୋଲିସ ଓ ନାବାଳିକା ମଧ୍ୟରେ ଏହି ଭୟର ସମ୍ପର୍କ କୁ ଦୂର କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବେତନଟୀ ବ୍ଲକର ସିଡିପିଓ ଛବିରାଣୀ ବେହେରା, ସୁପରଭାଇଜାର ସବିତା ପଟ୍ଟନାୟକ, ଏ ଏସ ଆଇ ମିନତୀ ମହାକୁଡ଼, ଚଉରୀ ମହାପାତ୍ର ଉପସ୍ଥିତ ରହିଥିଲେ। ସେହିଭଳି ବେତନଟୀ ବ୍ଲକ ର ଭଗବାଟୀ, ବେତନଟୀ, ଏସଏସ ମହୁଲିଆ, ହାଟ ସାହି, ଇନ୍ଦିରା ନଗର, ବାହାନାଡ଼ା, ଅମ୍ବଯୋଡ଼ା ଇତ୍ଯାଦି ଅଞ୍ଚଳର ଅଙ୍ଗନବାଡି ଶିକ୍ଷୟତ୍ରୀ ଓ ନାବାଳିକା ମାନେ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଛି।


