ଆସିକା ଥାନା ପକ୍ଷରୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍): ରାଜ୍ୟ ସରକାରଙ୍କ ପୋଲିସ ବିଭାଗର ମୁଖ୍ୟାଳୟର ପରାମର୍ଶକ୍ରମେ ଆସିକା ଆଦର୍ଶ ଥାନା ପରିସରରେ ପୋଲିସ ଓ ୟୁନିସେଫ୍‍ର ମିଳିତ ସହଯୋଗରେ ଶିଶୁ କିଶୋର ଅଧିକାର ଅଧିନସ୍ଥ ଜୁଭେଣ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଥାନା ଅଧିକାରୀ ସୌମ୍ୟରଂଜନ ଜେନା, ପୋଲିସ ଏସ୍‍ଆଇ ଅଲିସ୍ମିତା ଜେନା, ପୋଲିସ ଏସ୍‍ଆଇ କୈଳାଶ ଚନ୍ଦ୍ର ସାହୁ, ଏଏସ୍‍ଆଇ ଅଶୋକ କୁମାର ପଟ୍ଟନାୟକ, ଏଏସ୍‍ଆଇ ବସନ୍ତ କୁମାର ବେହେରା, ଏଏସ୍‍ଆଇ ଜନ୍‍ ଶବର ପ୍ରମୁଖ ଯୋଗଦେଇ ଏହି ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ମହିଳା ଓ ଶିଶୁ ବିରୋଧୀ ଅପରାଧ, ସାଇବର ଅପରାଧ ଉପରେ ଆଲୋକପାତ କରିବା ସାଙ୍ଗକୁ ସାଂପ୍ରତିକ ପରିସ୍ଥିତିରେ ସାଇବର ଅପରାଧ ବ୍ଳାକ୍‍ମେଲିଂର ଏକ ମାଧ୍ୟମ ପାଲଟିଥିବା ବେଳେ ଏହାକୁ ପ୍ରତିହତ କରିବାର ସତର୍କ ଓ ସଚେତନତାର ଆବଶ୍ୟକତା ରହିଥିବା ବେଳେ ଅଜଣା ଓଟିପି ନମ୍ବର ସେୟାର ନକରିବା ଓ ସାମାଜିକ ଗଣମାଧ୍ୟମରେ ଅଜଣା ବ୍ୟକ୍ତିଙ୍କ ବନ୍ଧୁତ୍ୱ ଅନୁରୋଧକୁ ଗ୍ରହଣ ନକରିବାକୁ ପରାମର୍ଶ ଦେଇଥିଲେ । ସାଇବର ଠକେଇରୁ ଦୂରେଇ ରହିବା ପାଇଁ ସାରା ରାଜ୍ୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ସାଇବର ଅପରାଧୀମାନେ ନୁଆଁ ନୁଆଁ କୌଶଳ ମାଧ୍ୟମରେ ଜନସାଧାରଣ ବିଶେଷକରି ବୟସ୍କ ବ୍ୟକ୍ତିମାନଙ୍କୁ ଠକେଇ କରୁଛନ୍ତି । ତେଣୁ ନିଜର ବ୍ୟକ୍ତିଗତ ତଥ୍ୟକୁ ଅଜଣା ବ୍ୟକ୍ତିକୁ ନଜଣାଇ ସୁରକ୍ଷିତ ରଖିବାକୁ ଯତ୍ନଶୀଳ ହେବା, ଡିଜିଟାଲ୍‍ ପ୍ଳାଟଫର୍ମର ସୁରକ୍ଷିତ ବ୍ୟବହାର କରିବା, ଅଜଣା ଫୋନକଲ୍‍କୁ ଗ୍ରହଣ କରିବା, ମୋବାଇଲ୍‍ରେ ଆସୁଥିବା ଅଜଣା ଲିଙ୍କ୍‍କୁ ନଖୋଲିବା, ଏଟିଏମ୍‍ କାର୍ଡର ପିନ୍‍କୁ କାହାରିକୁ ନଦେବା, ଅପରିଚିତ ବ୍ୟକ୍ତିଙ୍କ କଥାରେ ପ୍ରଲୋଭିତ ନହୋଇ ନିଜ ବ୍ୟାଙ୍କ ଏକାଉଣ୍ଟ ନମ୍ବର, ଓଟିପି ଓ ଆଧାର କାର୍ଡ ନମ୍ବର କାହାରିକୁ ନଦେବା, ସାଇବର ଠକେଇରୁ ଦୂରେଇ ରହିବା, ଠକାମୀର ଶୀକାର ହେଲେ ସାଇବର ହେଲ୍‍ପଲାଇନ୍‍ର ସହାୟତା ନେବା, ମୋବାଇଲ୍‍ ଫୋନ ବ୍ୟବହାର ସମୟରେ ଆକର୍ଷଣ ସୁବିଧା ଦେଉଥିବା ଆପ୍‍ ସମୟରେ ନଜାଣି କ୍ଳିକ୍‍ କରିବା ସମେତ ସାଇବର ଅପରାଧରୁ ଦୂରେଇ ରହିବା ପାଇଁ ଉପସ୍ଥିତ ଅଙ୍ଗନବାଡି କର୍ମୀ, କିଶୋରୀ ଓ ସଚେତନ ନାଗରିକଙ୍କୁ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ