କେ.ବାଲିପାଳ ପଞ୍ଚାୟତ ବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ହାଟଡିହି (ଓ୍ବାଇଏନଏସ): ମୌଳିକ ଅଧିକାର ପାଇଁ କେ.ବାଲିପାଳ ପଞ୍ଚାୟତ ବାସୀ ବାରମ୍ବାର ଦାବି କରି କରି ନିରାଶ ହେବା ପରେ ଆଜି ହାଣ୍ଡିଆ ଖାଇ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତ ବାସୀ ନିଜର ମୌଳିକ ଅଧିକାର ପାଇବାରୁ ବଞ୍ଚିତ ହୋଇ ରହିଆସିଛନ୍ତି। ରାସ୍ତା , ପାନୀୟ ଜଳ, ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟ, ମୋବାଇଲ୍ ସେବା ଭଳି ମୌଳିକ ସେବାରୁ ବଞ୍ଚିତ। ସେହିପରି ରାଜସ୍ଵ ଗ୍ରାମର ମାନ୍ୟତା ପାଇଁ ବାରମ୍ବାର ଦାବି  କରି ଆସୁଥିଲେ ମଧ୍ୟ ସରକାରୀ କର୍ମଚାରୀ ମାନେ ପଞ୍ଚାୟତବାସୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ସେଥିପାଇଁ ପଞ୍ଚାୟତବାସୀ ହାଣ୍ଡିଆ ଖାଇ ଓ ନିରିହ ଶିଶୁଙ୍କ କୋଳରେ ଧରି ଜିଲ୍ଲାପାଳଙ୍କୁ ନିଜର ସମସ୍ୟା ଗୁଡିକୁ ଜଣାଇଥିଲେ।  କେ.ବାଲିପାଳ ପଞ୍ଚାୟତକୁ ବିଦ୍ୟୁତ୍ ସଂଯୋଗ, କେ.ବାଲିପାଳ ଛତ୍ରାଘାଟି ରାସ୍ତା ଉନ୍ନତିକରଣ, କେ.ବାଲିପାଳ, ମଲ୍ଲୀପଶି, ସରମୁଣ୍ଡି, ମୟୁରନଚା ଓ ଭଅଁରା ଗ୍ରାମବାସୀଙ୍କ ବସୁନ୍ଧରା ଯୋଜନାରେ ଓ ଜଙ୍ଗଲ ଜମି ପଟ୍ଟା ଯୋଗାଇବା, କେ.ବାଲିପାଳ ଗ୍ରାମରେ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା, କେ.ବାଲିପାଳ ପଞ୍ଚାୟତରେ ଟାୱାର ସେବା ଯୋଗାଇଦେବା,ପାଲବଣି ଘାଟିରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କରିବା, ହାଟଡିହି ବ୍ଲକକୁ ଆକାଂକ୍ଷା ବ୍ଳକ ଭାବେ  ସାମିଲ୍ କରିବା ଆଦି ଦାବିରେ ଶରତ ବିକାଶ ମଞ୍ଚର ସଭାପତି ଗାମାଏ ରୀମିଲ ସିଂ ଗୋଇପାଇଙ୍କ ନେତୃତ୍ବରେ ବୁଦ୍ଧିରାମ ପୂର୍ତ୍ତି,ସୁନାରାମ ପୂର୍ତ୍ତି,ଚୈତନ ସୁରିନ୍,ବିର୍ସା ପୂର୍ତ୍ତି,ତୁରାମ ହେମ୍ବ୍ରମ,ମୁଚିରାମ ମହାକୁଡ଼,ଗୁରୁ ଚରଣ ମହାକୁଡ଼,ମଙ୍ଗଲ ହେମ୍ବ୍ରମ୍,ସିଙ୍ଗିରାଇ ହେମ୍ବ୍ରମ୍, ରବି ସୋରେନ୍ ଙ୍କ ସମେତ କେ.ବାଲିପାଳ ପଞ୍ଚାୟତର ୫୦୦ରୁ ଅଧିକ ଅଧିବାସୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ