ଏନଏସି ଘୋଷଣାରେ କାକଟପୁରକୁ ଉପେକ୍ଷା :-ଆନ୍ଦୋଳନ ପାଇଁ ସଜବାଜ ହେଲେଣି ଲୋକେ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):-୦୧/୦୯:-ରାଜ୍ୟ ସରକାରଙ୍କର ୩ପର୍ଯ୍ୟାୟରେ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି )ଘୋଷଣା କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲେ ବି ପୁରୀ ଜିଲ୍ଲା କାକଟପୁର ଏଥିରେ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି। ୩ଟି ପର୍ଯ୍ୟାୟରେ ସରକାର ୨୮ଟି ନୂଆ ଏନଏସି ଘୋଷଣା କରିଥିବା ବେଳେ ପୁରୀ ଜିଲ୍ଲା କାକଟପୁର ସାମିଲ କରାଯାଇନାହିଁ ଯାହାକୁ ନେଇ ଅଞ୍ଚଳବାସୀ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। କାକଟପୁର କୁ ଏନଏସି କରିବାକୁ ଲୋକେ ଆନ୍ଦୋଳନ କୁ ଓଲ୍ହାଇଥିଲେ। ସରକାର ଙ୍କ ଦୃଷ୍ଟି ଆକର୍ଷଣ ପାଈଁ କଂଗ୍ରେସ ତରଫରୁ ୧୨ଘଣ୍ଟିଆ ବନ୍ଦ ମଧ୍ୟ କରାଯାଇଥିଲା। ମାତ୍ର ସ୍ୱାୟତ୍ତ ଶାସନ ଦିବସରେ ତୃତୀୟ ଥର ଘୋଷଣା ରେ ବି ସରକାର କାକଟପୁର କୁ ଏନଏସି ତାଲିକା ଭୁକ୍ତ ନ କରିବା ଯୋଗୁଁ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସ୍ଥାନୀୟ ବାସିନ୍ଦା ଏବେ ଠାରୁ ଚେତାବନୀ ଦେଲେଣି। ସେମାନଙ୍କ ଅଭିଯୋଗ ଅନୁସାରେ ନୂଆ ଏନଏସି ପାଈଁ ଜନସଂଖ୍ୟା, ଅଞ୍ଚଳ ପରିଧି ଓ ଅନ୍ୟାନ୍ୟ ସମସ୍ତ ପ୍ରକାର ଅନୁକୂଳ ଭିତ୍ତିଭୂମି ଉପଲବ୍ଧ ଥିବା ବେଳେ ରାଜନୀତି ପଶା ପାଲିରେ ପଡି ଏହି କାକଟପୁର କୁ ଅଣଦେଖା କରାଯାଉଛି। ସରକାର ପୁନବିର୍ଚ୍ଚାର ପାଈଁ ବିଭିନ୍ନ ମହଲରୁ ଦାବୀ ହୋଇଛି। ଅନ୍ୟ ପକ୍ଷରେ ବିଗତ ବିଜେଡି ସରକାର ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ ୨୦୨୪ମସିହା ରେ ଘୋଷଣା କରିଥିବା ଏନଏସି କୁ ଏବେର ସରକାର କାର୍ଯ୍ୟକାରୀ କଲେନି। ସେତେ ବେଳେ କାକଟପୁର କୁ ନୂଆ ଏନଏସି ତାଲିକା ଭୁକ୍ତ କରାଯାଇଥିଲା। ସରକାର ବଦଳିବା ପରେ ମଧ୍ୟ ଜନସାଧାରଣ ଆଶାବାଦୀ ଥିଲେ। ସମସ୍ତେ ଭାବିଥିଲେ କାକଟପୁର କୁ ବିଜେପି ସରକାର ଗୁରୁତ୍ୱ ଦେବେ। ମାତ୍ର ତୃତୀୟ ପର୍ଯ୍ୟାୟ ଘୋଷଣା ପରେ କାକଟପୁର ଅଞ୍ଚଳବାସୀ ଙ୍କ ଆଶା ପାଣି ଫୋଟକା ଭଳି ଉଭେଇ ଯିବାକୁ ବସିଛି। ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଈଁ ଆନ୍ଦୋଳନ ହିଁ ଏକ ମାତ୍ର ରାସ୍ତା ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ